ଓଡ଼ିଶା

ବିଦ୍ୟୁତ କରେଣ୍ଟରେ ଯୁବକ ଗୁରୁତର

ତିର୍ତ୍ତୋଲ୨୩/୦୭(ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତ କିଲିପାଳ ଗ୍ରାମର ନିରଞ୍ଜନ ସାହୁଙ୍କ ପୁଅ ପ୍ରଦୀପ୍ତ କୁମାର ସାହୁ(ବାପି) ବିଦ୍ୟୁତ କରେଣ୍ଟ୍ ଲାଗି ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ପ୍ରଦୀପ୍ତ ବିଦ୍ୟୁତ ବିଭାଗରେ ଚାକିରି ନକରିଥିଲେ ସୁଧା ବେସରକାରୀଭାବେ ଦୀର୍ଘ ୪ ରୁ ୫ ବର୍ଷ ହେବ କନିମୂଳ ପଞ୍ଚାୟତରେ ବିଦ୍ୟୁତ କାର୍ଯ୍ୟ କରିଆସୁଥିଲେ। ପ୍ରଦୀପ୍ତ ବିଦ୍ୟୁତ ବିଭାଗରେ କାର୍ଯ୍ୟକରି ଲାଇନ ଖୁଣ୍ଟ ଚଢ଼ିବା, ସରଭିସ ତାର ଟାଣିବା, ଏଲଟି ଲାଇନ ତାର ଟାଣିବା ଭଳି କାର୍ଯ୍ୟ କରୁଥିଲେ। ଆଜି ପ୍ରଦୀପ୍ତ (ବାପି) ଦିନ ୧୧ଟା ବେଳେ ଲାଇନ୍ମ୍ୟାନ ସୁରେନ୍ଦ୍ର ଓଝାଙ୍କ ସହିତ କିଲିପାଳ ଗ୍ରାମକୁ ବିଦ୍ୟୁତ କାର୍ଯ୍ୟକରିବାପାଇଁ ଯାଇଥିଲେ। କିଲିପାଳ ଗ୍ରାମରେ ବିଦ୍ୟୁତ କାର୍ଯ୍ୟ ସରିବାପରେ ଲାଇନମ୍ୟାନ ସୁରେନ୍ଦ୍ର ଓଝା ଫେରିଆସିଥିଲେ। ପ୍ରଦୀପ୍ତ (ବାପି) ଓ ଅନ୍ୟସହକର୍ମୀ ଚନ୍ଦନଙ୍କ ସହିତ ନାରିଜଙ୍ଗ ଗ୍ରାମରେ ଥିବା ଟ୍ରାନ୍ସଫରମର ର ଡ଼୍ରପଆଉଟ ଲଗାଇବାପାଇଁ ଯାଇଥିଲେ। ବାପି ଓ ଚନ୍ଦନ ଟ୍ରାନ୍ସଫରମର ର ଏଭି ସୁଇଜକୁ କାଟିଥିଲେ। ସେଥିରୁ ଦୁଇଟି ଏଭି ସୁଇଜ କଟଇଥିବାବେଳେ ଗୋଟିଏ ଏଭି ସୁଇଜ ଲାଗିଥିବା ଦୁଇଜଣ ଯୁବକ ଜାଣିପାରିନଥିଲେ। ବାପି ଟ୍ରାନ୍ସଫରମର ଉପରକୁ ଚଡ଼ି ଡ଼୍ରପଆଉଟ୍ ବାନ୍ଦୁଥିବାବେଳେ ଏଭିସୁଇଜି ବୁଲିଯାଇ ବାପିର ଶରୀରରେ ଲାଗିଯାଇଥିଲା। ଯାହାଫଳରେ ବାପି ଟ୍ରନ୍ସଫରମର ଉପରେ ଝୁଲିରହି ଛଟପଟ ହେଉଥିବାବେଳେ ସେହିବାଟ ଦେଇ ବିଜିପୁର ଗ୍ରାମର ଟିଉସନ ଶିକ୍ଷକ ତୋଫାନ ମଲ୍ଲିକ କୌଣସି ଏକ କାର୍ଯ୍ୟରେ ଯାଉଥିବା ସମୟରେ ଏହି ଘଟଣାକୁ ଦେଖିଥିଲେ। ମଲ୍ଲିକ୍ ହଡ଼ବଡ଼ ହେଇ ନିକଟରେ ପଡ଼ିଥିବା ଏକ ବାଉଁଶବତାକୁ ଆଣି ଖୁଣ୍ଟରେ ପିଟି ତାରଗୁଡ଼ାକୁ ଛିଡ଼ାଇଦେବା ଫଳରେ ବାପି ତଳକୁ ପଡ଼ିଯାଇଥିଲା। ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ବାପିକୁ ଆମ୍ବୁଲାନ୍ସଯୋଗେ ମଣିଜଙ୍ଗା ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଡ଼ାକ୍ତର ତାଙ୍କୁ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତରିତ କରିଥିଲେ। ବାପି ଦୀର୍ଘ ଏତେବର୍ଷ କାର୍ଯ୍ୟକରୁଥିବାବେଳେ ବିଦ୍ୟୁତ ବିଭାଗ କୌଣସି ସହାୟତା କରୁନଥିବା ବାପିର ଘରଲୋକ ପ୍ରକାଶ କରୁଥିବାବେଳେ ବିଭାଗୀୟ ଯନ୍ତ୍ରୀ ପଣ୍ଡା ବାବୁଙ୍କ ସହିତ ଯୋଗାଯୋଗ କରିବାରୁ ତାଙ୍କ ମୋବାଇଲ ସୁଇଜଅଫ ଦେଖାଇଥିଲା। ପ୍ରଦୀପ୍ତ (ବାପି) ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ଯୋଗାଇଦେବାପାଇଁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top