ଅନୁଗୁଳ

ବିଦ୍ୟୁତ ଆଘାତରେ ୯ ଗାଈ ମୃତ

ତାଳଚେର, ୨୧/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ କଙ୍କିଳି ଗ୍ରାମର ବେରଣାଠାରେ ସୋମବାର ସକାଳୁ ବିଦ୍ୟୁତ ଆଘାତରେ ୯ ଗାଈଙ୍କର ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ, ସବୁଦିନ ପରି ସୋମବାର ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ଗାଈମାନେ ସ୍ଥାନୀୟ ବେରଣାକୁ ଘାସ ଚରିବାକୁ ଆସିଥିଲେ। ତେବେ ସେଠାରେ ଆଗରୁ ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣାସ୍ଥଳରେ ୯ଟି ଗାଈ ଟଳି ପଡ଼ିଥିଲେ। ଏହି ଘଟଣାରେ ବିଦ୍ୟୁତ ବିଭାଗର ଅବହେଳାକୁ ଗ୍ରାମବାସୀମାନେ ଦାୟୀ କରିଥିଲେ। ଦୀର୍ଘ ଦିନରୁ ଅବ୍ୟବହୃତ ହୋଇ ପଡ଼ିଥିବା ବିଦ୍ୟୁତ ତାର ଉଠା ଜଳସେଚନ ପାଇଁ ଟଣାଯାଇଥିଲା। ତେବେ ତାହା ଅଚଳ ହୋଇ ପଡ଼ିଥିବା ବେଳେ ତାରରେ ବିଦ୍ୟୁତ ପ୍ରବାହକୁ ବନ୍ଦ କରାଯାଇ ନଥିଲା। ଗ୍ରାମର ଦେବରାଜ ପ୍ରଧାନ, ରଥି ପ୍ରଧାନ, ଶୁକଦେବ ପ୍ରଧାନ, କୁମର ପ୍ରଧାନ, ରାଜକିଶୋର ନାଥ, ପଦ୍ମଚରଣ ପ୍ରଧାନ, ସୁଧାକର ସାମଲ, ଶୁକଦେବ ନାଥ, ଅରକ୍ଷିତ ନାଥ ପ୍ରମୁଖଙ୍କ ଗାଈ ଏହି ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛନ୍ତି। ଅପରପକ୍ଷରେ ପ୍ରତି ଗାଈ ପିଛା ୧୦ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ତଥା ଏଥିପାଇଁ ଦାୟୀ ରହିଥିବା ବିଦ୍ୟୁତ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଘଟଣାସ୍ଥଳରେ ତାଳଚେର ପୋଲିସ ଏବଂ ପଶୁ ସମ୍ପଦ ବିଭାଗର କର୍ମଚାରୀମାନେ ରହିଥିବା ବେଳେ ସନ୍ଧ୍ୟା ସୁଦ୍ଧା ଗାଈମାନଙ୍କର ଶବ ଉଠା ଯାଇନାହିଁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top