ବିଦ୍ୟୁତ ଆଘାତରେ ହାତୀମୃତ୍ୟୁ ।
By
Posted on

ବାରିପଦା୧୪/୧୧-(ଓଡିଆପୁଅ/ସନ୍ତୋଷ ବରଜ)ଚାନ୍ଦୁଆଥାନା ଅନ୍ତର୍ଗତ କେଉଟୁଣିମାରି ପଂଚାୟତର ସନାପାଲି ଗ୍ରାମର ନିକଟ ଜଙ୍ଗଲରେ ୦୮ ଫୁଟ ଉଚ୍ଚତା ରେ ଥିବା ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଏକ ହାତୀମୃତ୍ୟୁ ବରଣ କରିଛି।ଏହି ଘଟଣା ଟି ସନ୍ଧ୍ୟା ସମୟର।ତେବେ ଏହା ଏକ ଦନ୍ତା ହାତୀ ଓ ଏହାର ଆନୁମାନିକ ୧୬ ବର୍ଷ ବୟସ।ସୂଚନ ମୁତାବକ ପୂର୍ବରୁ ବନବିଭାଗ ବହୁବାର ସମ୍ପୃକ୍ତ ୧୧ କେ ଭି ବିଦୁତ ତାରଟିକୁ ଉପରକୁ ଉଠାଇବା ପାଇଁ ସୂଚନା ଦେଇଥିଲେ ମଧ୍ୟ ଵିଦୂତ ବିଭାଗ ଏଥି ପ୍ରତି ଧ୍ୟାନ ନ ଦେବାରୁ ଆଜି ଏପରି ଘଟଣା ଘଟିଛି।ଆପଣଙ୍କ ସୂଚାଇ ଦେଉଛୁ କି ପୂର୍ବରୁ ମଧ୍ୟ ମଞ୍ଚାବନ୍ଧା ଜଙ୍ଗଲରେ ଅଳ୍ପ ଉଚ୍ଚତା ରେ ଥିବା ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଏକ ଦନ୍ତାହାତୀ ମୃତୁବରଣ କରିଥିଲା।ବାରମ୍ବାର ଜିଲ୍ଲାରେ ଏପରି ଘଟଣାର ପୁନରାବୃତ୍ତି ଘଟୁଥିଲେ ମଧ୍ୟ ବିଦୁତ ବିଭାଗ ଏଥି ପ୍ରତି ଦୃଷ୍ଟି ନ ଦେବାରୁ ଗୋଟିଏ ପରେ ଗୋଟିଏ ନିରୀହ ହାତୀମୃତୁ ବରଣ କରୁଛନ୍ତି।

Loading...