ବିଦ୍ୟୁତ ଆଘାତରେ ସାଉଥକୋ କର୍ମର୍ଚାରୀ ଗୁରୁତର

କୋରାପୁଟ ; ତା୧୮-୦୪-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ବିଦ୍ୟୁତ ଆଘାତରେ ସାଉଥକୋର ସିନିଅର ଟେକ୍ନିସିଆନ ବେଣୁ ଗୋପାଳ ରାଓ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁରୁବାର ପୂର୍ବାହ୍ନରେ ସେ ସଦର ବ୍ଲକ ମହାଦେଇପୁଟ ଗ୍ରାମରେ ୧୧ କେଭି ଲାଇନ ସଜାଡୁଥିବାବେଳେ ହଠାତ କରେଂଟ ଚାର୍ଜ ହେବାରୁ ସେ ପୋଡିଯିବା ସହ ତଳକୁ ଖସି ପଡିଥିଲେ। ଗୁରୁତର ଅବସ୍ଥାରେ ବିଭାଗର କର୍ମଚାରୀ ତଥା ସ୍ଥାନୀୟ ଲୋକେ ତାଙ୍କୁ କୋରାପୁଟ ହସ୍ପିଟାଲକୁ ଆଣିଥଲେ ଭର୍ତି ହୋଇ ଚିକିତ୍ସା କରାଯାଉଥିଲା। ତାଙ୍କ ଶରୀରର ୫୦ ପ୍ରତିଶତ ପୋଡି ଯାଇଥିବା ଓ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଶ୍ରୀ ରାଓଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *