ଅନୁଗୁଳ

ବିଦ୍ୟୁତ ଆଘାତରେ ଶିଶୁପୁତ୍ର ମୃତ

ଅନୁଗୋଳ,୧୮/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଆଜି ଅନୁଗୋଳ ସହର ନିକଟସ୍ଥ କୁମଣ୍ଡ ଗାଁରେ ଏକ ଅଭାବନୀୟ ଘଟଣାକ୍ରମରେ ବିଦ୍ୟୁତ ଆଘାତରେ ଜଣେ ଶିଶୁପୁତ୍ରର ଦୁର୍ଭାଗ୍ୟଜନକ ଭାବେ ମୃତ୍ୟୁ ଘଟିଛି । ୧୧ ମାସର ଏହି ମୃତ ଶିଶୁର ନାମ ଦେବାଶିଷ ସାହୁ ଏବଂ ତାର ହତଭାଗା ବାପା ହେଲେ ସୁନା ସାହୁ । ଆଜି ସକାଳେ ଉକ୍ତ ଶିଶୁଟିକୁ ଘରେ ଖେଳୁଥିବା ବେଳେ କୈାଣସି କାରଣବଶତଃ ଶିଶୁପୁତ୍ରଟି ବିଦୁ୍ୟତ ତାର ସଂସ୍ପର୍ଷରେ ଆସି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲା । ସୂଚନା  ପାଇ ଅନୁଗୋଳ ପୋଲିସ ପହଂଚି ମୃତ ଶିଶୁର ଶବ ଉଦ୍ଧାର କରିବାପରେ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top