ବିଦ୍ୟୁତ ଆଘାତରେ ବିଭାଗୀୟ କର୍ମଚାରୀ କୋରାପୁଟ ମେଡିକାଲରେ ଭର୍ତି

କୋରାପୁଟ ; ତା୧୮-୦୫-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ସାଉଥକୋର ଜଣେ କର୍ମଚାରୀ କାର୍ଯ୍ୟ କରୁଥିବା ସମୟରେ ବିଦ୍ୟୁତ ଅଘାତ ଯୋଗୁଁ ଗୁରୁତର ଅବସ୍ଥାରେ କୋରାପୁଟ ଡାକ୍ତରକାନାରେ ଭର୍ତି ହୋଇଥିବା ଜଣାପଡିଛି।ସାଉଥକୋର ଧନୁର୍ଜୟ କିରସାନି ମାଛକୁଣ୍ଡଠାରେ ଲାଇନ କାମ କରୁଥିବା ସମୟରେ ବିଦ୍ୟୁତ ଆଘାତ ରେ ତଳେ ପଡିଯାଥିଲେ।ତୁରନ୍ତ ଗ୍ରାମବାସୀମାନଙ୍କ ସହାୟତାରେ ପ୍ରଥମେ ଲମତାପୁଟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା।କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଗତକାଲି ଅପାରହ୍ନରେ କୋରାପୁଟ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା।ଏବେ ଅବସ୍ଥା ସ୍ଥିର ଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *