ଓଡ଼ିଶା

ବିଦ୍ୟୁତ ଆଘାତରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର

କୋରାପୁଟ ; ତା୧୯-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଲାଣ୍ଡିଗୁଡା ନିକଟରେ ବିଦ୍ୟୁତ ଆଘାତ ଯୋଗୁଁ ଏକ ଘରୋଇ କମ୍ପାନୀରେ କାମ କରୁଥିବା ଜଣେ ଶ୍ରମିକ ପ୍ରାଣ ହରାଇଥିବାବେଲେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ପୁରୁଷତୋମ ନିତମ(୨୬) ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ ମୃତ ପୁରୁଷତୋମଙ୍କ ସହ ଜୟସିଂ ସୌରୀ ନାମକ ଅନ୍ୟ ଜଣେ ଯୁବକ ଏକ ଘରୋଇ ନିର୍ମାଣ ସଂସ୍ଥାରେ ଶ୍ରମିକ ଭାବେ କାମ କରନ୍ତି। ଆଜି ପୂର୍ବାହ୍ନରେ ସମ୍ପୃକ୍ତ ଘରୋଇ ସଂସ୍ଥାର ଲାଣ୍ଡିଗୁଡା ସ୍ଥିତ ଅସ୍ଥାୟୀ କ୍ୟାମ୍ପରେ ଏକ ଜେସିବି ମେସିନରେ ଲୁହାଜାଲି ଉଠାଇ ଅନ୍ୟତ୍ର ନେଉଥିବାବେଳେ ଉପର ଦେଇ ଯାଇଥିବା ୩୩ କେଭି ଲାଇନ ସଂସ୍ୱର୍ଶରେ ଆସି ସେମାନେ ଗୁରୁତର ହୋଇ ପଡିଥିଲେ। ଅନ୍ୟ କର୍ମଚାରୀମାନେ ଆହତ ଦୁଇଜଣଙ୍କୁ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ ମଧ୍ୟ ପୁରୁଷତୋମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଆହତ ଜୟସିଂର ୪୦ ପ୍ରତିଶତ ପୋଡି ହୋଇଯାଇଥିବା ଜଣାପଡିଛି।କୋରାପୁଟ ଟାଉନଥାନାରେ ଏହି ମାମଲାରେ ଏକ କେସ ରୁଜୁ କରାଯାଇ ତଦନ୍ତ କରାଯାଉଥିବା ଟାଉନ ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଆସନ୍ତାକାଲି ମୃତକଙ୍କ ପରିବାରବର୍ଗ ପହଂଚିବାପରେ ମୃତଦେହ ବ୍ୟବଛେଦ କରାଯିବ ବୋଲି ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top