ଓଡ଼ିଶା

ବିଦ୍ୟୁତ୍ ବିତରଣକାରୀ ୪ଟି କମ୍ପାନୀ ନେଇଥିବା ଋଣ ବାବଦରେ ପ୍ରାୟ ୩ ହଜାର କୋଟି ଟଙ୍କା ବାକି ଗଡ଼ୁଛି

ଭୁବନେଶ୍ୱର, ୧୯ା୯(ଓଡ଼ିଆ ପୁଅ): ବିଶ୍ୱ ବ୍ୟାଙ୍କ ଓ ଅନ୍ୟ ସଂସ୍ଥାରୁ ୧୩୫୦ କୋଟି ୪୮ ଲକ୍ଷ ଟଙ୍କା ଋଣ ଆଣି ରାଜ୍ୟ ସରକାର ୪ଟି ବିଦ୍ୟୁତ୍ ପରିବଣ୍ଟନ କମ୍ପାନୀଙ୍କୁ ଦେଇଛନ୍ତି। ସୁଧ ସହିତ ଏମାନଙ୍କ ଉପରେ ବାକିଆ ଋଣ ପରିମାଣ ୨୯୦୮ କୋଟି ୫୫ ଲକ୍ଷ ଟଙ୍କାରେ ପହଞ୍ଚିଲାଣି। ଏମାନେ ଋଣ ବାବଦରେ ସରକାରଙ୍କୁ ମାତ୍ର ୭୮ କୋଟି ୭୭ ଲକ୍ଷ ଟଙ୍କା ପରିଶୋଧ କରିଛନ୍ତି। ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂହ।

ଗତ ମାର୍ଚ୍ଚ ଶେଷ ସୁଦ୍ଧା ନେସ୍କୋ ଉପରେ ୨୪୯ କୋଟି ୧୨ ଲକ୍ଷ ଟଙ୍କାର ମୂଳ ଓ ୧୫୪ କୋଟି ୬୫ ଲକ୍ଷ ଟଙ୍କାର ସୁଧକୁ ମିଶାଇ ୩୯୩ କୋଟି ୭୮ ଲକ୍ଷ ଟଙ୍କା ବାକି ପଡ଼ିଛି। ସେହିପରି ଏହି ସମୟ ସୁଦ୍ଧା ୱେସ୍କୋ ଉପରେ ଋଣ ବାବଦରେ ୨୫୩ କୋଟି ୨୩ ଲକ୍ଷ ଟଙ୍କାର ମୂଳ ଓ ୧୫୪ କୋଟି ୭୦ ଲକ୍ଷ ଟଙ୍କାର ସୁଧକୁ ମିଶାଇ ମୋଟ୍ ୪୦୭ କୋଟି ୯୩ ଲକ୍ଷ ଟଙ୍କା ବାକି ପଡ଼ିଛି। ଶକ୍ତିମନ୍ତ୍ରୀ ପୁଣି କହିଛନ୍ତି ଯେ ୨୦୧୭ ମାର୍ଚ୍ଚ ଶେଷ ସୁଦ୍ଧା ସେସୁ ଉପରେ ୬୫୪ କୋଟି ୮୪ ଲକ୍ଷ ଟଙ୍କା ମୂଳ ଓ ତାହା ଉପରେ ୧୧୪୨ କୋଟି ୪୫ ଲକ୍ଷ ଟଙ୍କା ସୁଧକୁ ମିଶାଇ ମୋଟ୍ ୧୭୯୭ କୋଟି ୨୯ ଲକ୍ଷ ଟଙ୍କା ବାକି ପଡ଼ିଛି। ଏହି ସମୟ ସୁଦ୍ଧା ସାଉଥ୍ କୋ ଉପରେ ୨୦୩ କୋଟି ୨୯ ଲକ୍ଷ ଟଙ୍କାର ମୂଳ ଉପରେ ୧୦୬ କୋଟି ୨୬ ଲକ୍ଷ ଟଙ୍କାର ସୁଧକୁ ମିଶାଇ ମୋଟ୍ ୩୦୯ କୋଟି ୫୫ ଲକ୍ଷ ଟଙ୍କା ବାକି ଗଡୁଛି। ରାଜ୍ୟରେ ବିଜୁଳି ବଣ୍ଟନ ଓ ପରିବହନଜନିତ କ୍ଷତି କମାଇବା ପାଇଁ ଓଡ଼ିଶା ସରକାର ବିଶ୍ୱ ବ୍ୟାଙ୍କ ଓ ଅନ୍ୟାନ୍ୟ ସଂସ୍ଥାରୁ ଋଣ ଆଣି ଏହି ବିଦ୍ୟୁତ୍ ବିତରଣ କମ୍ପାନୀମାନଙ୍କୁ ଦେଇଛନ୍ତି।

ସାଧାରଣ ବିଦ୍ୟୁତ୍ ଉପଭୋକ୍ତାଙ୍କର ସାମାନ୍ୟ କେଇ ଟଙ୍କାର ବିଦ୍ୟୁତ୍ ବିଲ୍ ବାକି ପଡ଼ିଲେ ଏହି ବିଦ୍ୟୁତ୍ ବିତରଣ ସଂସ୍ଥାମାନେ ଅତି ନିର୍ଦ୍ଦୟ ଭାବେ ସେମାନଙ୍କ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରୁଛନ୍ତି। ତେବେ ରାଜ୍ୟ ସରକାର ଏମାନଙ୍କ ପାଇଁ ବିଶ୍ୱ ବ୍ୟାଙ୍କ ଓ ଅନ୍ୟାନ୍ୟ ସଂସ୍ଥାରୁ ବିପୁଳ ପରିମାଣର ଋଣ ଆଣି ଯୋଗାଇଥିବା ବେଳେ ସେମାନେ ଋଣ କିସ୍ତି ଖିଲାପ କରୁଥିବା ପରିପ୍ରେକ୍ଷୀରେ କାହିଁକି ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ଏବେ ବିଭିନ୍ନ ମହଲରୁ ପ୍ରଶ୍ନ ଉଠୁଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top