ବିଦ୍ୟୁତକାଟସମସ୍ୟାର ସମାଧାନ ପାଇଁ ଜିଲା ବିକାଶ ସାମୁଖ୍ୟର ଆଲୋଚନା

କକେନ୍ଦ୍ରାପଡା ୨୩/୯(ଓଡ଼ିଆ ପୁଅ/ଚିତ୍ତରଂଜନ ଦାସ)-  କେନ୍ଦ୍ରାପଡାକୁ ବିଦ୍ୟୁତ ଯୋଗାଉଥିବା ଏନ୍ଜେନ ପରିଚାଳକଙ୍କ ସହ ଘନ ଘନ ବିଦ୍ୟୁତକାଟସମସ୍ୟାର ସମାଧାନ ପାଇଁ ବୁଧବାର ଜିଲା ବିକାଶ ସାମୁଖ୍ୟର ସଂପାଦକ ଅଧ୍ୟାପକ ଅଜୟ ସାମଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଦୀର୍ଘ ସମୟ ଧରି ଆଲୋଚନା ରିଥିଲେ । ଏନ୍ଜେନ ପରିଚାଳକ ଶ୍ରୀକାନ୍ତ ପଣ୍ଡା କେନ୍ଦ୍ରାପଡା ଗ୍ରୀଡକୁ ଆବଶ୍ୟକ ଥିବା ବିଦ୍ୟୁତଠାରୁ ୧ହଜାର ମେଗାୱାଟ୍ କମ୍ ବିଦ୍ୟୁତ ଯୋଗାଣ ହେଉଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ସ୍ୱୀକାର କରିଥିଲେ । ୧୧କେଭି ଏବଂ ଏଲ୍ଟି ଲାଇନରେ ବହୁ ସମୟରେ ରକ୍ଷଣାବେକ୍ଷଣା ଜନିତ ଅସୁବିଧାର ସମ୍ମୁଖିନ ହେଉଥିବାରୁ ବିଦ୍ୟୁତ ଯୋଗାଣରେ ସମସ୍ୟା ସୃଷ୍ଟି ହେଉଥିବା ମଧ୍ୟ ଶ୍ରୀ ପଣ୍ଡା ସୂଚନା ଦେଇଥିଲେ । ଆଗାମୀ ଦିନରେ ଗ୍ରୀଡ୍କୋ ଏବଂ ଏନ୍ଜେନ୍ ପରିଚାଳକଙ୍କ ସହ ବିକାଶ ସାମୁଖ୍ୟ ଆଲୋଚନା କରି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଏହି ଆଲୋଚନାରେ ସ୍ଥିର କରାଯାଇଥିଲା । ଆଲୋଚନାରେ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ବୈଷ୍ଣବ ଚରଣ ସ୍ୱାଇଁ, କରୁଣାକର ଦାସ, କୃତ୍ତିବାସ ସ୍ୱାଇଁ, ଡା. ରମାକାନ୍ତ ସ୍ୱାଇଁ, ଅମୀୟ ନାୟକ, ଭାଗିରଥୀ ଜେନା, ମନ୍ମଥ ପତି, ବଳରାମ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *