ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ଓ କଳା ପ୍ରଦର୍ଶନୀ

କୋରାପୁଟ ; ତା୧୪-୧୧-୧୭(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ସଦରସ୍ଥିତ ସ୍ୱାମୀ ବିବେକାନନ୍ଦ ବନଭାରତୀ ବିଦ୍ୟାୀପୀଠରେ ଶିଶୁ ଦିବସ ଉପଲକ୍ଷେ ଏକ ବିଜ୍ଞାନ ଓ କଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଦ୍ୟାଳୟର ପ୍ରାୟ ୧୦୦ରୁ ଉର୍ଦ୍ଦ ଛାତ୍ରଛାତୀ ୫୦ଟି ବିଜ୍ଞାନ ଓ କଳା ପ୍ରଦର୍ଶନି ପରିବେଷଣ କରିଥିଲେ ।ବିଜ୍ଞାନ ବିଭାଗରୁ ବିଚାରକ ଭାବେ ବୃନ୍ଦାବନ ସାହୁ ଓ ସାଧନ ପାଣିଗ୍ରାହୀ ଯୋଗଦେଇଥିବା ବେଳେ କଳା ପ୍ରଦର୍ଶନୀରେ ଅମୁଲ୍ୟ ମହାପାତ୍ର ଓ ମାନସ ଅଚାର୍ଯ୍ୟ ଯୋଗଦେଇ ମୁଲ୍ୟାଙ୍କନ କରିଥିଲେ ।ସେହିପରି ପରିଶେଷରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା ।ଯେଉର୍ଥିରେ ବିଦ୍ୟାଳୟର ସେକ୍ରେଟେରୀ ରାମପ୍ରସାଦ ସରାଫ ବିଚାରକ ଭାବେ ଉପସ୍ଥିତ ରହି ମୁ୍ୟଲ୍ୟାଙ୍କନ କରିବା ସହ କୃତି ପ୍ରତିଯୋଗିଙ୍କୁ ପୁରଷ୍କୃତ କରିଥିଲେ ।

Leave a Reply

Your email address will not be published. Required fields are marked *