ଜିଲ୍ଲା ପରିକ୍ରମା

ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା-୨୦୧୮ ଅନୁଷ୍ଠିତ

ଖଇରା,୯/୧୧/୨୦୧୮(ଓଢିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ସୁଣ୍ଢିରାଗଣ୍ଡିବେଡ ପଞ୍ଚାୟତ ଅଧିନସ୍ଥ ପୂର୍ବପଡାଠାରେ ଥିବା ଆଖଣ୍ଡଳେଶ୍ୱର ଉଚ୍ଚ ବାଳିକା ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା-୨୦୧୮ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ମୋଟ ୨୦ଜଣ ଛାତ୍ରୀ ପ୍ରତିଯୋଗିତାରେ ଭାଗନେଇଥିଲେ । ନିକଟସ୍ଥ ତ୍ରିଲୋଚନପୁର ନୋଡାଲ ସ୍କୁଲର ବିଜ୍ଞାନ ଶିକ୍ଷୟିତ୍ରୀ ରଶ୍ମିତା ନାୟକ ମୂଲ୍ୟାୟନ ନିମନ୍ତେ ଅତିଥି ଭାବେ ଯୋଗଦେଇ ମୂଲ୍ୟାୟନ କରିବା ସହିତ ଛାତ୍ରୀମାନଙ୍କୁ ବିଜ୍ଞାନ ସଂପର୍କିତ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାସ୍କର ଚନ୍ଦ୍ର ଦାସ,ସହକାରୀ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ଦାସ,ବିଜ୍ଞାନ ଶିକ୍ଷକ ଗୟାଧର ମହାକୁଡ,ହିନ୍ଦି ଶିକ୍ଷକ ଭରତ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲାବେଳେ ଛାତ୍ରୀମାନଙ୍କ ମଧ୍ୟରୁ କରିସ୍ମା ଲେଙ୍କା,ମନିଷା ନାୟକ,ସୁମିତା ରାଉତ,ବନ୍ଦନା ବିଶ୍ୱାଳ,ନାଗୁରୀ ସାମାଡ ଓ ସୁମିତ୍ରା ହାଁସ୍ଦା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅଷ୍ଟମରୁ ରାଜଲକ୍ଷ୍ମୀ ମାହୁନ୍ତ,ନବମରୁ ମୋନାଲୀସା ପରିଡା ଓ ଦଶମରୁ ବନ୍ଦନା ବିଶ୍ୱାଳ ବ୍ଲକ ସ୍ତରୀୟ ବିଜ୍ଞାନ ମେଳାକୁ ମନୋନିତ ହୋଇଥିବାର ପ୍ରଧାନ ଶିକ୍ଷକ ପ୍ରକାଶ କରିଥିଲେ । ଏଠାରେ ପ୍ରକାଶ ଥାଉକି ଚଳିତ ମାସ ୧୬ ତାରିଖ ହର ପ୍ରସାଦ ନୋଡାଲ ହାଇସ୍କୁଲ ଗଣ୍ଡିବେଡଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହେବବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଦାସ ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top