ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦଘାଟିତ

ଯୋଡା – ୨୦/୮ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଚଳିତ ଶିକ୍ଷା ବର୍ଷ ୨୨ତମ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ସୋମବାର ବିଧିବଦ୍ଧ ଭାବେ ସକାଳ ୧୦ ଘଟିକା ସମୟରେ ଯୋଡା ପୌରପାଳିକା ଅନ୍ତର୍ଗତ କୁନ୍ଦୁରୁନାଲା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶୁଭ ଉଦ୍ଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ ଯୋଡା ବ୍ଲକର ସିଆରସି ଦିନବନ୍ଧୁ ପତି ଓ ଅକ୍ଷୟ କୁମାର ରାଉତ ଯଥାକ୍ରମେ ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ରୂପେ ଦ୍ୱୀପ ପ୍ରଜ୍ଜଳନ କରି ଏହାର ଶୁଭ ଉଦ୍ଘାଟନ କରିଥିଲେ। ତାଙ୍କର ବକ୍ତବ୍ୟରେ ବିଜ୍ଞାନର ଗୁରୁତ୍ୱ ତଥା ଏଠାରେ ଅଂଶଗ୍ରହଣ କରିଥିବା କୁନି ବୈଜ୍ଞାନୀକ ମାନଙ୍କୁ ଉଦବୋଧନ ଦେଇଥିଲେ। ଏହି ଜ୍ଞାନ ବିଜ୍ଞାନ ମେଳାରେ ପ୍ରିପ୍ରାକ ଶିଶୁ ବର୍ଗର ୩୦ ଜଣ, ପ୍ରାକ ଶିଶୁ ବର୍ଗର ୫୫ ଜଣ, ଶିଶୁ ବର୍ଗରୁ ୨୦ ଜଣ, ବାଲ ବର୍ଗରୁ ୧୨ ଜଣ ଓ କିଶୋର ବର୍ଗରୁ ୫ଜଣ ମୋଟ ୧୨୫ ଜଣ ନିଜ ନିଜର ବିଭିନ୍ନ ପ୍ରକଳ୍ପରେ ଭାଗ ନେଇଥିଲେ। ସେହିପରି ପ୍ରଶ୍ନ ମଞ୍ଚରେ ୨୭ ଜଣ, ପତ୍ର ବାଚନ, ପ୍ରୟୋଗ ଓ ନିବନ୍ଧ ପ୍ରତିଯୋଗୀତାରେ ୧୩ ଜଣ ଭାଗ ନେଇଥିଲେ। ଏହି ଜ୍ଞାନ ବିଜ୍ଞାମ ମେଳାଟିରେ ବିଚାରକ ଭାବେ କଳିଙ୍ଗ ନଗର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ଗିରି, ପଶ୍ଚିମ ଯୋଡା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ସାନ୍ତନୁ କୁମାର ଗିରି, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶ୍ରୀ ନଳୀନୀକାନ୍ତ ମହାନ୍ତ ଓ କ୍ଷୀରୋଦ ଚନ୍ଦ୍ର ମହାନ୍ତ ମଧ୍ୟ ଭାଗନେଇଥିଲେ। ଏଥିରେ ପ୍ରଥମ ହୋଇଥିବା ଶିଶୁମାନଙ୍କୁ ଆସନ୍ତା ୨୫ ତାରିଖ ଦିନ ହେବାକୁ ଥିବା ସଙ୍କୁଳ ସ୍ଥରୀୟ ଜ୍ଞାନ ବିଜ୍ଞାନ ମେଳାରେ ଭାଗନେବା ପାଇଁ ଯୋଗ୍ୟ ବିବେଚିତ କରାଯିବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *