ବିଦ୍ୟାଳୟ ସାଂସ୍କୃତିକ ମହୋସ୍ୱବ ଉଦ୍ ଯାପିତ

ପୁରୀ:୨୬/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) :ଶ୍ରୀଜଗନ୍ନାଥ ସାଂସ୍କୃତିକ ସଂସଦ ଆନୁକୂଲ୍ୟରେ ପୌରସଦନରେ ଆୟୋଜିତ ଆନ୍ତବିଦ୍ୟାଳୟ ସାଂସ୍କୃତିକ ମହୋତ୍ସବ ରବିବାର ସଂଧ୍ୟାରେ ଉଦ୍ ଯାପିତ ହୋଇଯାଇଛି। ନଗରପାଳ ଜୟନ୍ତ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗଦାନ କରି କହିଲେ ଯେ, ଏଭଳି ମହୋତ୍ସବ ଦ୍ୱାରା ଛାତ୍ରଛାତ୍ରୀଙ୍କ ପ୍ରତିଭାର ବିଶେଷ ହୋଇପାରିବା ଏହା ଏକ ଉତ୍ତମ ପ୍ଲାର୍ଟଫମ। ଏଦିନରେ ଅନୁଷ୍ଠାନର ସଭାପତି ଭରତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସରେ ପ୍ରାକ୍ତନ ନଗରପାଳ ପୌର ହରି ପ୍ରଧାନ, ବିଧାୟକଙ୍କ ପ୍ରତିନିଧି ଜୟକୃଷ୍ଣ ଦାସ ମହାପାତ୍ର, ବରିଷ୍ଠ ସେବାୟତ ଭଗବାନ ସୁଆର, ସାମ୍ବାଦିକ ନାରାୟଣ ଇ-ଟ୍ୱେଂଟିଫୋର ହସ୍ ପିଟାଲର ପରିଚାଳନା ନିର୍ଦ୍ଦେଶକ ରାକେଶ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ ମହୋତ୍ସର ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ କ୍ଷିରାବ୍ ବି ତନ୍ମୟା ଦାଶ, ଋତପର୍ଣ୍ଣା ମହାନ୍ତି, ନରେନ୍ଦ୍ର ମହାପାତ୍ର, ଭଗବାନ ସୁଆର ଏବଂ ସାମ୍ବାଦିକ ସଂଜୀବ ରଥ ର୍ଶମାକୁ ମାନପାତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଦିତ କରାଯିବାର ସହ କୃତି ଛାତ୍ରଛାତୀଙ୍କୁ ପୁରସ୍କୃତ କରାଯାଇଛି।

Leave a Reply

Your email address will not be published. Required fields are marked *