ଗଞ୍ଜାମ

ବିଦ୍ୟାଳୟ ର ଅବ୍ୟବସ୍ଥାକୁ ନେଇ ପ୍ରଶାସନ କ୍ଷୁବ୍ଧ

କୋଦଳା : ୦୬/୧୧ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ ) ବେଗୁନିଆପଡ଼ା ବ୍ଳକର ବିଦ୍ୟାଳୟରେ ଶିକ୍ଷକ ନିୟମିତ ଆସୁନଥିବା ଓ ବିଳମ୍ବରେ ଆସୁଥିବା ମଧ୍ୟାହ୍ନ ଭୋଜନ ସଠିକ୍ ଭାବେ ପରିଚାଳନା ହେଉନଥିବା ନେଇ ଉଭୟ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଚିନ୍ତା ପ୍ରକଟ କରିଛନ୍ତି। ଗଂଜାମ ଉପ ଜିଲ୍ଲାପାଳଙ୍କ ଶନିବାର କେ ନୂଆଗାଁ ସ୍ଥିତ ନୋଡାଲ୍ ଅପଗ୍ରେଡ ପ୍ରାଇମେରୀ ସ୍କୁଲ୍ କୁ ଅଚାନକ ଗସ୍ତ ସମୟରେ ଏହା ଜାଣିପାରି ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ କୈଫିୟତ ମାଗିଥିଲେ। ଉପ ଜିଲ୍ଲାପାଳଙ୍କ ଗସ୍ତ ସମୟରେ କିଛି ଶିକ୍ଷକ ବିନା ଛୁଟି ଦରଖାସ୍ତରେ ଅନୁପସ୍ଥିତ ଥିବା ଏବଂ ମଧ୍ୟାହ୍ନ ଭୋଜନ ସମୟରେ ଅଣ୍ଡା ବଣ୍ଟନରେ ଖାମଖିଆଲିକୁ ନେଇ ତାଗିଦ୍ କରିଥିଲେ। ତେବେ ଘଟଣା ସମ୍ପର୍କରେ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସିଆରସିସି କୁଂ ଯୋଗାଯୋଗ କଲେ ମଧ୍ୟ ମୋବାଇଲ୍ ଅଫ୍ କରିଦେଇଥିଲେ। ଘଟଣାକୁ ଗୁରୁତ୍ବ ମନେକରି ବେଗୁନିଆପଡ଼ା ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ ସୋମବାର ଉକ୍ତ ବିଦ୍ୟାଳୟକୁ ଗସ୍ତ କରିଥିଲେ। ତେବେ ସେହି ସମୟରେ ୪ ଶିକ୍ଷକ ଏନ୍ ଅମର ପ୍ରସାଦ, କଂଗ୍ରେସ ଦାସ, ସଂଧ୍ୟାରାଣୀ ବେହେରା, ରବିନ୍ଦ୍ର ନାହାକ ଅନୁପସ୍ଥିତ ଥିଲେ ଏବଂ ବିଇଓ ଆସିଥିବା ଖବର ପାଇ ବିଳମ୍ବରେ ଆସିଲେ। ଏହି ୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ବିଇଓ। ମଧ୍ଯାହ୍ନ ଭୋଜନ, କ୍ଯାସ ବୁକ୍ ଷ୍ଟକ ରେଜିଷ୍ଟ୍ରାର ଓ ଅନ୍ୟାନ୍ୟ ସଂପର୍କିତ କାଗଜପତ୍ର ଜାଞ୍ଚ୍ କରିଥିଲେ। ୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀକଂ ଉକ୍ତ ଦିନର ଦରମା ବନ୍ଦ କରିବା ସହ ୩ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସ୍ ର ଜବାବ ଦେବାକୁ କୁହାଯାଇଛି। ଅନ୍ଯାନ୍ଯ ଅବ୍ୟବସ୍ଥାକୁ ନେଇ ମଧ୍ୟ ତାଗିଦ୍ କରାଯାଇଥିବା ଜଣାପଡିଛି। ତେବେ ଉକ୍ତ ବ୍ଲକରେ କିଛି ବିଦ୍ଯାଳୟରେ ପାଳି କରି ବେଆଇନ ଛୁଟି ନେଇଯାଉଥିବା ଅଭିଯୋଗ ହୋଇଛି। କିଛି ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କ ମିଳିତ ମଧୁଚନ୍ଦ୍ରିକାରେ ନାମକୁ ମାତ୍ର ଛୁଟି ଦରଖାସ୍ତ ତିଆରି କରି ସ୍କୁଲରେ ରଖିଥାନ୍ତି ଏବଂ ଯଦି କେହି ଅଧିକାରୀ ପରିଦର୍ଶନରେ ଆସିଲା ତେବେ ଉକ୍ତ ଦରଖାସ୍ତଟିକୁ ସି ଏଲ୍ ବୋଲି କୁହାଯାଏ। ଯଦି କେହି ନ ଜାଣି ପାରିଲେ ତେବେ ଶିକ୍ଷକ ଶିକ୍ଷୟିତ୍ରୀ ଆରାମରେ ଠକିଥାନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top