ଜିଲ୍ଲା ପରିକ୍ରମା

ବିଦ୍ୟାଳୟ ବାର୍ଷିକୋତ୍ସବ ଓ ପୁରସ୍କାର ବିତରଣ ଉତ୍ସବ

ଯାଜପୁର, ୮.୪(ଓଡିଆପୁଅ/ମାନସ ରାଉତ):ବଡଚଣା ବ୍ଲକ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ବାରିମୂଳ ଠେଙ୍ଗଡସ୍ଥିତ ଶାନ୍ତିକୃଞ୍ଜ ସେବାଶ୍ରମ ପରିସରରେ ଥିବା ଗୁରୁକୂଳ ଶାନ୍ତି ବିଦ୍ୟାନିକେତନ ଦ୍ୱାରା ଆୟୋଜିତ ୫ମ ବାଷିକୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରତିଷ୍ଠାତା ସନ୍ଥ ଦିନଦାସ ସରସ୍ୱତୀ ମହାରାଜଙ୍କ ଅଧ୍ୟକ୍ଷତାରେ ଓ ପ୍ରସନ୍ନ ନା ୟକଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଗୁଣାତ୍ମକ ଶିକ୍ଷା ପ୍ରତି ପିଲାମାନେ ଅଧିକ ଆଗ୍ରହୀ ହେବାକୁ ଆହ୍ୱନ କରିବା ସହ ଭଲପାଠପଢ଼ି ନିଜ ତଥା ଅନୁଷ୍ଠାନର ସୁନାମ ଅର୍ଜ୍ଜନ କରିବାକୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥିଭାବେ ବନ୍ତଳା ପଞ୍ଚାୟତ ସରପଞ୍ଚ ମିନାକ୍ଷୀ ମିଶ୍ର, ଇଂ କୈଳାସ ସାମଲ, ନିରଞ୍ଜନ ସେନାପତି ପ୍ରମୁଖ ଯୋଗଦେଇ ଶିକ୍ଷାୟତନ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅଜୟ କୁମାର ବାଗ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଜୟ କୁମାର ପତି ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଭାଗିରଥୀ ଦାଶ, ବିରକିଶୋର ବେହେରା, ମଦନ ପତି, ଅମୀୟ ପ୍ରତାପ ପ୍ରମୁଖ ପରିଚାଳନା କମିଟିର ସମସ୍ତ ସଭ୍ୟ/ସଭ୍ୟା ଉପସ୍ଥିତ ରହି ପରି·ଳନାରେ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top