ଜିଲ୍ଲା ପରିକ୍ରମା

ବିଦ୍ୟାଳୟ ପ୍ରାଣ ପ୍ରତିଷ୍ଠାତାଙ୍କ ଶ୍ରାଦ୍ଧ ବାର୍ଷିକ

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ମାଳଦା ଉଚ୍ଚ ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ଲକ୍ଷ୍ମୀଧର ନାୟକଙ୍କ ୧୯ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାକୁ ସାହିତ୍ୟିକ ନାରାୟଣ ଚନ୍ଦ୍ର ସାମଲ ଉଦ୍ଘାଟନ କରିଥିଲେ। ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଭାବେ ସ୍ତମ୍ଭକାର କାର୍ତ୍ତୀକ ସ୍ୱାଇଁ, ସମ୍ମାନୀତ ଅତିଥି ଭାବେ ନାରାୟଣ ରାଉତ, ଅନ୍ୟତମ ଅତିଥି ଭାବେ ସୁରେନ୍ଦ୍ର ଦାସ, ରାମଚନ୍ଦ୍ର ମହାନ୍ତି, ଘନଶ୍ୟାମ ମହାନ୍ତି, ଜଗନ୍ନାଥ ଦାସ, ଉତ୍କଳ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟ ପ୍ରାଣ ପ୍ରତିଷ୍ଠାତାଙ୍କ ସ୍ମୃତି ଚାରଣ କରିଥିଲେ। ଶିକ୍ଷକ ନୀଳମଣି ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗଣେଶ ଜେନା ସ୍ୱାଗତ ଭାଷଣ ଓ ଜଗନ୍ନାଥ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଆୟୋଜିତ ବକ୍ତୃତା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା ବିଦ୍ୟାର୍ଥି ପୁଷ୍ପଲତା ବାରିକ, ପ୍ରଦୀପ ପତି, ସିପ୍ରା ସାମଲ, ଶ୍ରାବଣୀ ଦାସ, ସର୍ବେଶ୍ୱର ଦାସ ଏବଂ ଦେବାଶିଷ ଜେନାଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟର କର୍ମଚାରୀ କରୁଣାକର ନାୟକ, ଧରଣୀଧର ଦାସ, ବ୍ରଜ କିଶୋର ଓଝା ପ୍ରମୁଖ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top