ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ପଲିଥିନମୁକ୍ତ ପରିବେଶ ସଚେତନତା କାର୍ଯ୍ୟକ୍ରମ

ତାଳଚେର,୧୦/୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ କଳମଛୁଇଁ ପଂଚାୟତ ଅନ୍ତର୍ଗତ ହିଙ୍ଗୁଳା ନୋଡାଲ୍ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପଲିଥିନମୁକ୍ତ ପରିବେଶ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଧାନଶିକ୍ଷକ ଦୁଃଖବନ୍ଧୁ ସାହୁଙ୍କ ଅଧ୍ୟକ୍ଷତାରେ ସ୍କୁଲ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ପଲିଥିନ ଯୋଗୁଁ ପରିବେଶ ଉପରେ ପଡୁଥିବା କୁପ୍ରଭାବ ତଥା ଛାତ୍ରଛାତ୍ରୀମାନେ ଏହାକୁ ବ୍ୟବହାର ନ କରିବା ସମ୍ପର୍କରେ ପରାମର୍ଶ ଦିଆଯାଇଥିଲା । ଏହାପରେ ସ୍କୁଲର ଶତାଧିକ ଛାତ୍ରଛାତ୍ରୀଙ୍କ ସହ ଇକୋ କ୍ଲବର ସଦସ୍ୟମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀମାନେ ରାସ୍ତା କଡ଼ରୁ ପଲିଥିନ୍ ପ୍ୟାକେଟ,ପ୍ଲାଷ୍ଟିକ ପାଉଚ,ବୋତଲ ସହ ବିଭିନ୍ନ ପଲିଥିନ ନିର୍ମିତ ଆବର୍ଜନା ସଂଗ୍ରହ କରିବା ସହ ପଲିଥିନ୍ ବ୍ୟବହାର ନକରିବାକୁ ଜନସାଧାରଣଙ୍କୁ ସଚେତନତା କରିଥିଲେ । ସେମାନେ ପଲିଥିନ ବର୍ଜନ କରିବାକୁ ବିଭିନ୍ନ ସ୍ଲୋଗାନ ଦେବା ସହ ପ୍ରଚାରପତ୍ର ବଣ୍ଟନ କରିଥିଲେ । ଏହି ଶୋଭାଯାତ୍ରା ମଝୀକା, ଦେଉଳଛକ, କଳମଛୁଇଁ ପ୍ରଭୃତି ଗ୍ରାମରେ ପରିକ୍ରମା କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍କୁଲର ଶିକ୍ଷକ ପ୍ରଶାନ୍ତ କୁମାର ସାମଲ,ତ୍ରିଲୋଚନ ପ୍ରଧାନ,ଅନୁପମା ବଳ,  ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଶତପଥୀ, ତ୍ରିଲୋଚନ ନନ୍ଦ,ଚିନ୍ମୟୀ ପ୍ରଧାନ,ଝିଲିକା ପ୍ରଧାନ,ଅରୁଣ କୁମାର ବେହେରା,ସୁଦେଷ୍ଣା ବେହେରା,ନନ୍ଦିନୀ ବେହେରା,ସୁବାସ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *