ଜିଲ୍ଲା ପରିକ୍ରମା

ବିଦ୍ୟାଳୟ ଗୃହ ନିର୍ମାଣରେ ବ୍ୟାପକ ଦୁର୍ନୀତି, ପ୍ରଧାନ ଶିକ୍ଷକ ନାମରେ ଅଭିଯୋଗ: ତଦନ୍ତ ଦାବରେ ଗ୍ରାମବାସୀଙ୍କ ଧାରଣା

ଯାଜପୁର, ୩୧/୭(ଓଡିଆ ପୁଅ/ମାନସ ରାଉତ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ପାଟପୁର ପଞ୍ଚାୟତ ଚକ୍ରୋଡାସ୍ଥିତ ମଧୁକେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ସର୍ବଶିକ୍ଷା ଅଭିଯାନ ଅନୁଦାନରେ ଗୃହ ନିର୍ମାଣ କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ହୋଇ ଥିବା ଓ ଏହାର ତଦନ୍ତ ଦାବିରେ ଗ୍ରାମବାସୀମାନେ ଦୁଇଘଣ୍ଟିଆ ଧାରଣା ଦେଇଥିବା ଜଣାଯାଇଛି। ସମିତିସଭ୍ୟ ସୁବ୍ରତ ଧଳଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ବିଦ୍ୟାଳୟର ଦୁର୍ନୀତିରେ ସମ୍ପୃକ୍ତ ପ୍ରଧାନଶିକ୍ଷକ ଓ ପରିଚାଳନା କମିଟି ସଭାପତିଙ୍କ ବିରୋଧରେ ନାରାବାଜି କରିଥିଲେ। ଶ୍ରୀ ଧଳଙ୍କ ସୂଚନା ଅନୁଯାୟୀ, ଗତ ୨୦୧୪ରେ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଏହି ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ପାଇଁ ୧୩ ଲକ୍ଷ ୬୯ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ପ୍ରଧାନ ଶିକ୍ଷକ ଓ ପରିଚାଳନା କମିଟି ସଭାପତିଙ୍କ ଯୁଗ୍ମ ନାମରେ ବ୍ୟାଙ୍କରେ ଜମା ହେଇଥିଲା। ଇତି ମଧ୍ୟରେ କାର୍ଯ୍ୟଶେଷ ହୋଇ ୧୨ଲକ୍ଷ ୮୪ ହଜାର ଟଙ୍କା ଉଠାଯାଇ ଖର୍ଚ୍ଚ ହୋଇଥିବା ହସ୍ତଗତ ହୋଇଥିବା ଆରଟିଆଇ ସୂଚନାରେ ଦର୍ଶାଯାଇଛି। କିନ୍ତୁ ବାସ୍ତବ ପକ୍ଷେ ୭୫ ପ୍ରତିଶତ ଖର୍ଚ୍ଚ କରାଯାଇଛି। ଶ୍ରେଣୀ ଗୃହ ଚଟାଣ, ଶୌଚାଳୟ ଓ ରୋଷେଇଘର ଆଦୌ ହୋଇ ନାହିଁ। ବିଦ୍ୟୁତ କରଣ କରାଯାଇ ନାହିଁ। ଏ ସମ୍ପର୍କରେ ବାରମ୍ବା ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ତଦନ୍ତ ହୋଉନାହିଁ। ଫଳରେ ଆଜି ଗ୍ରାମବାସୀମାନେ ସ୍କୁଲରେ ସମ୍ମୁଖରେ ଧାରଣାରେ ବସିଥିଲେ। ପରେ ବିଇଓ ପ୍ରଫୁଲ୍ଲ ବେହେରାଙ୍କ ହସ୍ତକ୍ଷେପ ପରେ ତୁରନ୍ତ ଏହାର ତଦନ୍ତ କରାଯିବ ବୋଲି ପ୍ରତିଶୃତି ମିଳିଛି। ଅନ୍ୟପଟରେ ବିଦ୍ୟାଳୟରେ ୫ଟି ଶ୍ରେଣୀ ରହିଥିବା ବେଳେ ବିଦ୍ୟାଳୟରଘର ନଥିବାରୁ ଛାତ୍ରଛାତ୍ରୀ ମାନେ ପାଠପଢାରେ ନାନାଦି ସମସ୍ୟ ଦେଖାଦେଉଛି। ଏପରକି ଗୋଟିଏ ଶ୍ରେଣୀରେ ୨ଜଣ ଶିକ୍ଷକ ଏବଂ ପିଲାମାନେ ବସି ପାଠପଢ଼ୁଥିବା ବେଳେ ଶିକ୍ଷକ ଦ୍ୱୟଙ୍କୁ ପଢାଇବାରେ ଅସୁବିଧା ହେବା ସହିତ ଛାତ୍ରଛାତ୍ରୀ ମାନେ କିଛି ପଢ଼ିପାରୁନଥିବା ଅଭିଯୋଗ କରିଛନ୍ତି। ବିଦ୍ୟାଳୟରେ ଟୟଲେଟ୍ ନଥିବାରୁ ଶିକ୍ଷୟତ୍ରୀ ଏବଂ ଛାତ୍ରୀ ମାନଙ୍କୁ ବହୁ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି। ତୁରନ୍ତ ଅବଶ୍ୟକେୟୀ ଶ୍ରେଣୀ ଗୃହ ନିର୍ମାଣ, କରାଯାଇଥିବା ବିଦ୍ୟାଳୟର ଗୃହ ନିର୍ମାଣରେ ଅନିୟମୀିତତା କରିଥିବା ଶିକ୍ଷକ, ଏବଂ ଅଧିକ ଶିକ୍ଷକ ନିଯୁକ୍ତ କରିବା ସହିତ ପାଠଦାନ ଭଲ କରିବା ପାଇଁ ମଧ୍ୟ ଶ୍ରୀ ଧଳଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top