ଓଡ଼ିଶା

ବିଦ୍ୟାଳୟ ଗୁଡ଼ିକୁ ସରକାର ଅଣ୍ଡାର ମୂଲ୍ୟ ଦେଉଛନ୍ତି ୪ ଟଙ୍କା ୭୫ ପଇସା, ବଜାରରେ କିଣିବାକୁ ପଡ଼ୁଛି ୫ ଟଙ୍କା ୭୫ ପଇସା, ଅଣ୍ଡା କିଣାର କ୍ଷତି ଭରଣା କରିବ କିଏ ? ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବାଟବଣା ବିଦ୍ୟାଳୟ ଗୁଡ଼ିକୁ ସରକାର ଅଣ୍ଡାର ମୂଲ୍ୟ ଦେଉଛନ୍ତି ୪ ଟଙ୍କା ୭୫ ପଇସା, ବଜାରରେ କିଣିବାକୁ ପଡ଼ୁଛି ୫ ଟଙ୍କା ୭୫ ପଇସା, ଅଣ୍ଡା କିଣାର କ୍ଷତି ଭରଣା କରିବ କିଏ ?

ହାଟଡ଼ିହି, ୧୦ । ୮, : ସରକାର ସ୍କୁଲ ମାଧ୍ୟମରେ ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ସପ୍ତାହକୁ ଦୁଇ ଦିନ ଅଣ୍ଡା ଯୋଗାଇ ଦେଉଛନ୍ତି । ଅଣ୍ଡାର ମୂଲ୍ୟ ବାବଦକୁ ସରକାର ୪ ଟଙ୍କା ୭୫ ପଇସା ଦେଉଥିବା ବେଳେ ବଜାରରୁ ୫ ଟଙ୍କା ୭୫ ପଇସା କିଣିବାକୁ ପଡ଼ୁଛି । ଯାହା ଦ୍ୱାରା କି ମଧ୍ୟାହ୍ନ ଭୋଜନ ଦାୟିତ୍ୱ ବୁଝୁଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି । ବାରମ୍ବାର ଅଭିଯୋଗ ସତ୍ତ୍ୱେ ଉକ୍ତ କ୍ଷତିକୁ ଭରଣା ପାଇଁ ବିଭାଗ ପ୍ରଶାସନ କିମ୍ବା ସରକାର ଦୃଷ୍ଟି ଦେଉ ନାହାନ୍ତି । ଏବେ କେନ୍ଦୁଝର ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଡ଼ିଏଫଏମ ଯୋଜନାରେ ସପ୍ତାହକୁ ୪ ଟି ଅଣ୍ଡା ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦେବା ପାଇଁ ଯୋଜନା ଆରମ୍ଭ ହୋଇଛି । ଏଥିରେ ଅଣ୍ଡା ଗୋଟି ୪ ଟଙ୍କା ୭୦ ପଇସା ଅନୁଦାନ ଯୋଗାଇ ଦେବାକୁ ସୂଚନା ଦିଆଯାଇଛି । ଏହାକୁ ନେଇ ଶିକ୍ଷକଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିବା ବେଳେ କିଭଳି ଏହି କ୍ଷତିକୁ ଭରଣା କରିବେ ତାହା ନେଇ ଛକ ବଜାରରେ ଶିକ୍ଷକ ମାନେ ଚର୍ଚ୍ଚା ଚଳାଇଛନ୍ତି । ସୂଚନାରୁ ଜଣାଯାଇଛି ହାଟଡ଼ିହି ବ୍ଲକରେ ୨୯୩ଟି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ବେଳେ ୨୦ ହଜାର ୩୪୮ ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରେ ସାମିଲି ହୋଇଛନ୍ତି । ସେଥିମଧ୍ୟରୁ ପ୍ରଥମରୁ ପଞ୍ଚମ ୧୨ ହଜାର ୯୩୭ ଜଣ, ଷଷ୍ଠ ସପ୍ତମ, ଅଷ୍ଟମ ୭ ହଜାର ୪୧୧ ଜଣ ଛାତ୍ରଛାତ୍ରୀ ସାମିଲି ହୋଇଛନ୍ତି । ସରକାରଙ୍କ ନିଦେ୍ର୍ଦଶ କ୍ରମେ ସପ୍ତାହର ଦୁଇ ଦିନ ଅଣ୍ଡା ଦେବାର କାର୍ଯ୍ୟକ୍ରମ ରହିଥିଲା । ଉକ୍ତ ଅଣ୍ଡାର କ୍ଷତିକୁ ଭରଣା କରିବା ପାଇଁ ଶିକ୍ଷକ ମାନେ ଅଧିକ ଉପସ୍ଥାପନ ପକାଇ ଖର୍ଚ୍ଚକୁ ଭରଣା କରୁଥିଲେ । ଏହା ଅଧିକାରୀ ମାନେ ଜାଣୁଥିଲେ ମଧ୍ୟ ପଦକ୍ଷେପ ନେବାରେ ଅସହାୟ ମଣୁଥିଲେ । ଏବେ ଡ଼ିଏମଏଫ ଯୋଜନାରେ ସପ୍ତାହକୁ ୪ ଦିନ ଅଣ୍ଡା ଯୋଗାଇ ଦେବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଗୋଟିଏ ଛାତ୍ର ପ୍ରତି ସପ୍ତାହରେ ୪ ଦିନରେ ୪ ଟଙ୍କା ୨୦ ପଇସା କ୍ଷତି ହେବା ସହିତ ଅଣ୍ଡାକୁ ସିଝାଇବା ପାଇଁ ମଧ୍ୟ ଖର୍ଚ୍ଚ ହେବ । ତା ଛଡ଼ା ଅଣ୍ଡା ଫାଟିବା ଓ ନଷ୍ଟ ହୋଇଯିବା ମଧ୍ୟ ରହିଛି । ଏହାକୁ ହିସାବ କଲେ ୧ ଟଙ୍କା ୫୦ ପଇସା ଗୋଟେ ଅଣ୍ଡାର କ୍ଷତି ହେବ ବୋଲି ଆକଳନ କରାଯାଇଛି । ସରକାର ଏବଂ ଜିଲ୍ଲାପ୍ରଶାସନ ନିଜ ଇଛା ମୁତାବକ ଅଣ୍ଡାର ମୂଲ୍ୟ ହିସାବ କରୁଥିବା େ ବଳେ ବଜାର ଦର ପ୍ରତି ଧ୍ୟାନ ଦେଉ ନାହାନ୍ତି । ଯାହା ଫଳରେ ପରୋକ୍ଷରେ ଶିକ୍ଷକ ମାନଙ୍କୁ ଦୁର୍ନିତ କରିବାକୁ ପ୍ରସôାହନ କରାଯାଉଛି । ଅନ୍ୟ ପଟେ ଯୋଗାଇ ଦେଉଥିବା ମଧ୍ୟାହ୍ନ ଭୋଜନ ଚାଉଳ ବସ୍ତାରେ ୫୦ କେଜି ଚାଉଳ ଆସୁଥିବା ଖାତାରେ ଲେଖାଯାଉଥିବା ବେଳେ ଓଜନରେ ୪୫ ରୁ ୪୭ କେଜି ରହୁଛି । ବସ୍ତା ପିଛା ୩ କେଜିରୁ ୫ କେଜି କ୍ଷତି ହେଉଛି । ଏଥିପ୍ରତି ବିଭାଗ ପ୍ରଶାସନ ଚାଉଳ ଯୋଗାଣକାରୀ ବିରୋଧରେ କୌଣସି ପଦକ୍ଷେପ ନେଉ ନଥିବାବେଳେ ସେମାନଙ୍କ ସହ ମଧୁ ଚନ୍ଦ୍ରିକା ରଖା ଯାଉଥିବା ଚର୍ଚ୍ଚା ହେଉଛି । ଏହାକୁ ନେଇ ଶିକ୍ଷକଙ୍କ ଉପରେ ମାନସିକ ଚାପ ପଡ଼ୁଥିବା କୁହାଯାଉଛି । ଗୋଟିଏ ପଟେ ମଧ୍ୟାହ୍ନ ଭୋଜନ ଚାଉଳର କ୍ଷତି ଅନ୍ୟ ପଟେ ଅଣ୍ଡା ଯୋଗାଣରେ କ୍ଷତି କିଭଳି ଶିକ୍ଷକ ମାନେ ମଧ୍ୟାହ୍ନ ଭୋଜନ କରିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଗାମି ଦିନରେ ଏହା ମଧ୍ୟାହ୍ନ ଭୋଜନ ଯୋଜନା ବାଟବଣା କରିବା ସହିତ ଦୁର୍ନିତି ଗ୍ରସ୍ତ ହୋଇପଡ଼ିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଜିଲ୍ଲାପାଳ ଏ ଦିଗରେ ସମୀକ୍ଷା ନ କଲେ ମଧ୍ୟାହ୍ନ ଭୋଜନ ଯୋଜନା ଦିଗହରା ହୋଇପଡିବ ବୋଲି ଆଲୋଚନା ହେଉଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top