ବିଦ୍ୟାଳୟ କାର୍ଯ୍ୟରେ ଅବହେଳା ଓ ମଧ୍ୟାହ୍ନ ଭୋଜନରେ ଅନିୟମିତତା ପାଇଁ ଦୁଇ ଶିକ୍ଷକ ନିଲମ୍ବିତ

ମାଲକାନଗିରି, ୮ା୯(ଓଡିଆ ପୁଅ ) ବିଦ୍ୟାଳୟ କାର୍ଯ୍ୟରେ ଅବହେଳା ଓ ମଧ୍ୟାହ୍ନଭୋଜନରେ ଅବ୍ୟବସ୍ଥା ନେଇ ମାଲକାନଗିରି ଜିଲ୍ଲାର ଦୁଇ ଜଣ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଗତ କିଛି ଦିନ ତଳେ କୋରକୁଣ୍ଡା ବ୍ଲକସ୍ଥ ତାର୍ଲାକୋଟା ଉଚ ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିବା ସମୟରେ ସେଠାରେ ପ୍ରଧାନ ଶିକ୍ଷକ ଅନୁପପସ୍ଥିତ ଥିଲେ। ହଷ୍ଟେଲ ପରିଚାଳନା ଓ ମଧ୍ୟାହ୍ନ ଭୋଜନରେ ଅବ୍ୟବସ୍ଥା ସଂପର୍କରେ ଛାତ୍ର ଛାତ୍ରୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତାର୍ଲାକୋଟା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁଙ୍କୁ ଶୁକ୍ରବାର ଦିନ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଠିକ ସେହାପରି ମାଟାପେକା ଉଚ ବିଦୟାଳୟକୁ ଜିଲ୍ଲା ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ସେଠୀ ପରିଦର୍ଶନରେ ଯାଇଥିବା ସମୟରେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରିଚାଳନାରେ ଅବ୍ୟବସ୍ଥା, ଛାତ୍ରଛାତ୍ରୀ ଉପସ୍ଥାପନରେ ତୃଟିପୁର୍ଣ୍ଣ ଲେଖା ଆଦି ଅଭିଯୋଗ ଗ୍ରାମବାସୀ ଓ ଛାତ୍ର ଛାତ୍ରୀମାନେ କରିଥିଲେ। ଗ୍ରାମବାସୀମାନଙ୍କ ଅଭିଯୋଗ ଅନୁସାରେ ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମାଟାପେକା ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ହରପ୍ରସାଦ ବସୁ ଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଗୋଟିଏ ଦିନରେ ଦୁଇଜଣ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରାଯିବା ଘଟଣାରେ ବିରି ମାଡରେ କୋଳଥ ଚୋପା ପରି ଜିଲ୍ଲାର ଅନ୍ୟାନ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ କକୁଆଭୟ ସୃଷ୍ଟି ହୋଇ ଯାଇଛି।

Leave a Reply

Your email address will not be published. Required fields are marked *