ଜିଲ୍ଲା ପରିକ୍ରମା

ବିଦ୍ୟାଳୟସ୍ତରୀୟ ବିପର୍ଯ୍ୟୟ ପ୍ରତିରୋଧ ଜଳ ପରିମଳ ପରିଛନ୍ନତା ଏବଂ ସୁରକ୍ଷା ଯୋଜନା ସଂମ୍ପର୍କିତ କର୍ମଶାଳା

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକରେ ବିଦ୍ୟାଳୟସ୍ତରୀୟ ବିପର୍ଯ୍ୟୟ ପ୍ରତିରୋଧ ଜଳପରମଳ ପରିଛନ୍ନତା ଏବଂ ସୁରକ୍ଷା ଯୋଜନା ସଂପର୍କିତ କର୍ମଶାଳା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାକୁ ଭଦ୍ରକର ଜିଲ୍ଲାପାଳ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଉକ୍ତ କର୍ମଶାଳାଟିକୁ ୱାଟରଏଡ଼୍ ସହଯୋଗରେ ପ୍ରଗତି ଯୁବକସଂଘ, ଜିଲ୍ଲା ଜଳପରିମଳ ମିଶନ ଓ ସର୍ବଶିକ୍ଷା ଅଭିଯାନ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟରେ ପ୍ରତ୍ୟେକ ଦିନ ପିଲାମାନେ ଛଅ ରୁ ସାତଘଣ୍ଟା ରହି ଶିକ୍ଷାଗ୍ରହଣ କରିବା ସହିତ ନୂତନଜ୍ଞାନ ଆହରଣ କରିଥାଆନ୍ତି। ଏହିସବୁ ଦୃଷ୍ଟିରୁ ବିଦ୍ୟାଳୟଗୁଡ଼ିକ ପିଲାମାନଙ୍କ ପାଇଁ ଶିକ୍ଷାଉପଯୋଗୀ ପରିବେଶ ସୁରକ୍ଷିତ ପାନୀୟଜଳ ଓ ଉନ୍ନତ ପରିମଳ ବ୍ୟବସ୍ଥା ନିତ୍ୟାନ୍ତ ଆବଶ୍ୟକ ବୋଲି ଆୟୋଜିତ କର୍ମଶାଳାରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ। ଭଦ୍ରକର ଜଳ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ଅନ୍ତର୍ଯ୍ୟାମୀ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଭିନ୍ନକ୍ଷମ ପିଲାମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଦ୍ୟାଳୟର ଭିତିଭୂମିର ବିକାଶ ଉପରେ ଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିଥିଲେ। ବିଶେଷ କରି ଜିଲ୍ଲାର ବନ୍ୟା, ବାତ୍ୟା ପ୍ରବଣ ଅଂଚଳରେ ଥିବା ବିଦ୍ୟାଳୟ ଗୁଡ଼ିକରେ ବିପର୍ଯ୍ୟୟ ପ୍ରତିରୋଧ, ଜଳପରିମଳ, ପରିଛନ୍ନତାର ବ୍ୟବସ୍ଥା କରିବା ପାଇଁ ବିଦ୍ୟାଳୟର ସ୍ଥିତି ଆକଳନ କରାଯାଇ ଯୋଜନା ପ୍ରସ୍ତୁତ କରିବାକୁ ବିଭାଗୀୟ କତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ବିଶେଷଭାବରେ ପ୍ରତ୍ୟେକ ବିଦ୍ୟାଳୟର ସୁରକ୍ଷିତ ପାନୀୟ ଜଳ, ପାଇଖାନା ରକ୍ଷଣା ବେକ୍ଷଣ ଉପରେ ଗୁରୁତ୍ୱଆରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୱାଟର ଏଡ଼୍ର ରିଜୋନାଲ ମେନେଜର ବିଶାଖା ଭଞ୍ଜ ତାଙ୍କ ବକ୍ତବ୍ୟରେ କହିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମିଳିତ ଉଦ୍ୟମରେ ତିନୋଟି ବ୍ଲକରେ ୨୪ଟି ଗ୍ରାମପଞ୍ଚାୟତ ୨୧୮ଟି ବିଦ୍ୟାଳୟର ସ୍ଥିତି ଆକଳନ କରାଯାଇ ବିପର୍ଯ୍ୟୟ ପ୍ରତିରୋଧ ଜଳପରିମଳ ପରିଛନ୍ନତା ସୁରକ୍ଷା ଯୋଜନା ପ୍ରସ୍ତୁତ କରାଯିବା ସହିତ ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ହାତକୁ ନିଆଯିବାର ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ଧାମନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ନରହରି ବେହେରା, ଧାମନଗରର ବ୍ଲକଶିକ୍ଷାଧିକାରୀ ପବିତ୍ରମୋହନ ବାରିକ, ଚାନ୍ଦବାଲିର ବ୍ଲକ ଶିକ୍ଷାଧିକାରୀ ପ୍ରଣୟ କୁମାର ନାୟକ, ତିହିଡ଼ିର ବ୍ଲକ ଶିକ୍ଷାଧିକାରୀ ଉଦୟ ମିଶ୍ର ଏବଂ ସର୍ବଶିକ୍ଷା ଅଭିଯାନର ବାଳିକା ସଂଯୋଜିକା ଇପ୍ସିତା ଜେନା, ଭିନ୍ନକ୍ଷମ ସଂଯୋଜକ ଜଳନ୍ଧର ମଣ୍ଡଳ ସମେତ ସିଆରସିସି, ବିଆରସିସିମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରଗତି ଯୁବକସଂଘର ସଂପାଦକ ଦେବବ୍ରତ ଦାଶଙ୍କ ତତ୍ୱାବଧାନାରେ ଅନୁଷ୍ଠିତ ହୋଇଥିବା ବେଳେ ସ୍ୱେଛାସେବୀ ବିସ୍ମମିତା ଜେନା, ମମିତା ବଳା, ଅକ୍ଷୟ ସାହୁ, ପ୍ରଭାତ ରାଉତ, ତପସ୍ୱନୀ ରାଉତ ପ୍ରମୁଖ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top