ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା

ଖୋର୍ଦ୍ଧା ୯/୧୨ (ଓଡ଼ିଆ ପୁଅ / ଜୟେନ୍ଦ୍ର ବେହେରା) ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ରାଜସୁନାଖଳା କାଉରୀଁପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁୁଷ୍ଟିତ ହୋଇଯାଇଛି । ସକାଳ ୭ ଘଟିକା ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ଶୌଳବାଳା ଦେଇ ବିଜ୍ଞାନ ମେଳାକୁ ଉଦ୍ଘାଟନ କରିଥିଲେ । ଏହି ମେଳାରେ ତୃତୀୟ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀର କୁନି ବୌଜ୍ଞାନିକ ମାନେ ବିଭିନ୍ନ ତିଆରି ପ୍ରକଳ୍ପକୁ ପ୍ରଦର୍ଶନୀ କରିଥିଲେ । ପ୍ରକଳ୍ପ ମଧ୍ୟରେ ଜଳ ସରକ୍ଷଂଣ , ବିଦ୍ୟୁତ୍ ଶକ୍ତି ଉତ୍ପାଦନ ,ବାୟୁ ଚାପ ,ଜଳ ପ୍ରଦୂଷଣ ,ଦୁଷିତ ବାୟୁକୁ ନିମ୍ନଗାମୀ କରାଇ ପରିବେଶ ସୁରକ୍ଷା ,ଔଷଧୀୟ ବୃକ୍ଷ ,ଖାଦ୍ୟ ଶ୍ରେଣୀ ବିଭାଗ.ସଡକ ସୁରକ୍ଷା ,ଜଳ ବିଦ୍ୟୁତ ଉତ୍ପାଦନ କୌଶଳ,ଓ ଅମ୍ଲଜାନ ଜଳିବାରେ ସାହାର୍ଯ୍ୟ କରେ ଆଦି ବିଭିନ୍ନ ପ୍ରକଳ୍ପ ମେଳାରେ ସ୍ଥାନ ପାଇଥିଲା । ଜର୍ଜ ଭାବେ ବିଜ୍ଞାନ ଶିକ୍ଷୟିତ୍ରୀ ବଜାମ ଆରା ସାହେଜାବି ,ଆଂସରା ବେଗମ୍ ,ସୁଂଧାଶୁ ବାଳା ସାହୁ ପ୍ରକଳ୍ପ ପରିଦର୍ଶନ କରିବା ସହ ୧୩ ତାରିଖରେ ଆରିକମାରେ ହେବାକୁ ଥିବା ବ୍ଲକ ସ୍ତରୀୟ ବିଜ୍ଞାନ ମେଳାକୁ ପ୍ରଥମ,ଦିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ୩ଟି ପ୍ରକଳ୍ପ ମନୋନୀତ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବୌଜ୍ଞାନିକ ମନୋବୃତି ଓ ଅନୁସନ୍ଧିସôୁ ଚିନ୍ତନ ସୃଷ୍ଟି କରିବା ବିଜ୍ଞାନ ପ୍ରଦର୍ଶନୀ ମେଳା ଆୟୋଜନର ମୂଳ ଲକ୍ଷ୍ୟ । ଛାତ୍ରଛାତ୍ରୀ ମାନେ ବିଜ୍ଞାନ ବୌଭବ ବିଷୟରେ ଜାଗ୍ରତ ହେଲେ ପରବର୍ତି ସମୟରେ ବିଭିନ୍ନ କ୍ଷେତ୍ରରେ ସେମାନେ କୁଶଳୀ ଓ ଦକ୍ଷ ହୋଇପାରିବେ ବୋଲି ମତ ପ୍ରକାଶ ପାଇଥିଲା । ଏହି ମେଳାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *