ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଣ୍ଡାରିପୋଖରୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତି ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ସମାଜ ସେବୀ ଲକ୍ଷ୍ମୀଧର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସେପ୍ଟେମ୍ବର ମାସ ୨୩ ତରିଖ ଅପରାହ୍ନରେ ହେବାକୁ ଥିବା ପରବର୍ତ୍ତୀ ବୈଠକରେ ଯୋଗ ଦେବାକୁ ପୂର୍ବତନ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ୱାନ କରାଯାଇଛି। ଆଜିର ବୈଠକରେ ସମସ୍ତ ସଦସ୍ୟ ମାନେ ସଂକଳ୍ପ ପାଠ କରିଥିଲେ। ସମାଜ ସେବୀ ରଜନିକାନ୍ତ ଚନ୍ଦ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ଲେଙ୍କା, ସରପଂଚ ବିଜୟ ମହାନ୍ତି, ପ୍ରଶାନ୍ତ ସାହୁ, ପା୍ରକ୍ତନ ଶିକ୍ଷକ କରୁଣାକର ଉପାଧ୍ୟାୟ ପ୍ରମୁଖ ପ୍ରସ୍ତୁତି ବୈଠକରେ ଉପସ୍ଥିତ ରହି ଉତ୍ସବ ପାଳନ ସକାଶେ ବିଭିନ୍ନ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ କାର୍ତ୍ତୀକ ଚନ୍ଦ୍ର ସ୍ୱାଇଁ, ଦେବେନ୍ଦ୍ର ଦାସ, ପ୍ରଦୀପ କୁମାର ନାୟକ, ଶିକ୍ଷକ ଶରତଚନ୍ଦ୍ର ମହାପାତ୍ର, ପବନ କୁମାର ନାୟକ, ବିଦ୍ୟାଧର ଦ୍ୱିବେଦୀଙ୍କ ସମେତ ସ୍ଥାନୀୟ ସମାଜ ସେବୀ ଲଳିତ ରାଉତ, ସତ୍ୟାନନ୍ଦ ମହାପାତ୍ର, ରବିନ୍ଦ୍ର କର, ହେମନ୍ତ ଜେନା, ଦେବେନ୍ଦ୍ର ଦାସ, ଶ୍ରୀଧର ବେହେରା, ରଂଜନ ପତି ପ୍ରମୁଖ ବୈଠକରେ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *