ଅପରାଧ

ବିଦ୍ୟାଳୟର ରୋଷେୟାକୁ ମିଳୁନାହିଁ ୨୨ ମାସର ଦରମା, ଅନେକ ଅସୁବିଧାରେ ପରିବାର ଲୋକ

ହରିଚନ୍ଦନପୁର, ତା ୨୬ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ), ସରକାର ସମସ୍ତ ବିଦ୍ୟାଳୟର ଗୁଡିକରେ ଛାତ୍ରଛାତ୍ରୀମାନଙ୍କୁ ଠିକ୍ ସମୟରେ ରୋଷେଇ କରି ଖାଦ୍ୟ ଖାଇବାକୁ ଦେବାପାଇଁ ସତନ୍ତ୍ର ଭାବରେ ରୋଷେୟା ନିୟୋଜିତ କରିଛନ୍ତି। ରୋଷେୟା ମାନେ ନିଜର ଘର କାମଧନ୍ଦା ଛାଡି ନିଷ୍ଠାପର ସହ ବିଦ୍ୟାଳୟମାନଙ୍କୁ ଠିକ୍ ସମୟରେ ଆସି ରୋଷେଇ କରି ଠିକ୍ ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ଖାଇବାକୁ ଦେଇଥାନ୍ତି। କିନ୍ତୁ ଦୁଃଖ ପରିତାପର ବିଷୟ ଆଜକୁ ମାସମାସ ଧରି କାମ କରିଆସୁଥିଲେ ମଧ୍ୟ ନିଜର ପ୍ରାପ୍ୟ ମିଳିନଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧିନରେ ରହିଥିବା ପିଠାଗୋଳା ପ୍ରାଥମିକ ବିଦ୍ୟାଳୟରେ ରୋଷେୟା ଭାବେ ନିୟୋଜିତ ହୋଇଥିବା କନକ ସାହୁ ଆଜକୁ ୨୨ ମାସ ହେବ ଦରମା ପାଇନଥିବାର ଅଭିଯୋଗ କରିଛନ୍ତି। ଦରମା ଟଙ୍କା ପାଇବା ପାଇଁ କନକ ନିଜର ଦୁଃଖ ଜଣାବା ପାଇଁ ବ୍ଲକ ଶିକ୍ଷାଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଦ୍ୱାରାସ୍ତ ହୋଇ ଗୁହାରି ଜଣେଇଥିଲେ। ଆଜିପର୍ଯ୍ୟନ୍ତ କୌଣସି ସୁଫଳ ପାଇ ପାରିନଥିବା ସହ ଦୈନଦିନ ଅବସ୍ଥାରେ ପରିବାର ପୋଷଣ କରୁଥିବାର ଦୃଶ୍ୟମାନ ହୋଇଛି। ବିଭାଗୀୟ କର୍ମଚାରୀମାନଙ୍କ ଏପରି ଖାମଖିଆଲି ମନୋଭାବ କୁ ନେଇ କନକ ନାହିଁନଥିବା ଅସୁବିଧାର ସମୁଖିନ ହେଉଛନ୍ତି। କନକଙ୍କ ପୁଅ କହିବା ଅନୁଯାୟୀ ବାପା ମରିଯିବା ପରେ ଘରର ଅବସ୍ଥା ଭଲ ନାହିଁ। ମାଆ ସକାଳ ୧୦ଟା ସମୟରୁ ବିଦ୍ୟାଳୟକୁ ଗଲାପରେ ଆଉ କୌଣସି କାମଧନ୍ଦା କରିପାରୁନୁ କେବଳ ସ୍କୁଲରୁ ଯାହା ପଇସା ମିଳେ ସେଥୁରୁ ଆମ ଘରର ଗୁଜୁରାଣ ମେଂଟାଇ ଥାଉ। ବିଦ୍ୟାଳୟଟି ହରିଚନ୍ଦନପୁର ବ୍ଲକ ଅଧିନରେ ରହିଥିବା ବେଳେ ୨ ମାସର ଦରମା ପାଇନଥିବା ବେଳେ ସର୍ବଶିକ୍ଷା ଅଭିଯାନ ଅଧିନକୁ ଗଲାପରେ ୨୦ ମାସର ଦରମା ପାଇନଥିବାର ଅଭିଯୋଗ କରିଛନ୍ତି। ୨୦୧୩ ମସିହା ଠାରୁ ୨୦୧୫ ମସିହା ପର୍ଯ୍ୟନ୍ତ ୨୨ ମାସର ଦରମା ପାଇନଥିବା ବେଳେକୁ ମଝିରେ ମଝିରେ ଗୋଟିଏ ଗୋଟିଏ ମାସର ଦରମା ଦୟା ହିସାବରେ ମିଳିଥାଏ। ଏହି ଘଟଣା ସଂପର୍କରେ ବ୍ଲକ ଶିକ୍ଷାଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲୁ କିନ୍ତୁ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିବା ସହିତ ଏବାବଦରେ ବ୍ଲକ ଅଧିକାରୀଙ୍କୁ ପଚାରନ୍ତୁ ବୋଲି କହିଥିଲେ। ଶିକ୍ଷା ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଓ ଜିଲ୍ଲାପାଳ ଏହି ଘଟଣା ଉପରେ ନଜର ଦେବା ସହ ବାକି ରହିଥିବା ଦରମା ଟଙ୍କା ଗୁଡିକୁ ଯଥାଶିଘ୍ର ପାଇବା ଦିଗର ପଦକ୍ଷେପ ନିଅନ୍ତେ। ତେବେ କନକଙ୍କ ପରିବାର ଆଗାମୀ ଦିନରେ ଉପକୃତ ହେବା ସହ ପରିବାରର ଗୁଜୁରାଣ ଠିକ୍ ଭାବରେ ତୁଲାଇ ପାରନ୍ତେ। ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ ବୁଝୁଛି କେବେ ଗରିବ ରୋଷେୟା କନକ କଥା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top