ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ତିର୍ତ୍ତୋଲ ୧୧/୦୭ (ଓଡ଼ିଆ ପୁଅ/ଟୁକନ ସେଠୀ) ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଆମ୍ବିରି ପଞ୍ଚାୟତରେ ଥିବା ପତିିତପାବନ ଉଚ୍ଚ ବିଦ୍ୟାଳୟରେ ଇକୋ ବ୍ଲକଆନୁକୁଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟ ପରିସରରେ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଅତିଥି ମାନେ ବିଭିନ୍ନ କିଷମର ବୃକ୍ଷରୋପଣ କରିଥିଲେ। ଏହି ଅବସରରେ ଏକ ବୈଠକର ଆୟୋଜନ କରାଯାଇଥିଲା। ଉକ୍ତ ବୈଠକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଇକୋ କ୍ୱର ସଭାପତି ସୌରି ଶଂକର ଗିରିଙ୍କ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ପୁର୍ବତନ ସରପଞ୍ଚ ତଥା ପ୍ରକୃତି ପ୍ରେମୀ ବିକ୍ରମ ମହାନ୍ତି, ସମ୍ମାନିତ ଅତିଥି ଅବସର ପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ହରେକୃଷ୍ଣ ଦାସ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣର ଉପାଦେୟତା ସଂପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ପତିତପାବନ ଇକୋ କ୍ଲବର ଶିକ୍ଷକ ବିଶ୍ୱନାଥ ସଡଙ୍ଗୀ ସ୍ୱାଗତ ଭାଷଣ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ପ୍ରତିନିଧି ସଶାଙ୍କ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ବୃକ୍ଷ ପ୍ରେମୀ ବିବେକାନନ୍ଦ ମହାନ୍ତି ଓ ଅମୟ ରାଉତଙ୍କୁ ଚାରା ବଣ୍ଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *