ଜିଲ୍ଲା ପରିକ୍ରମା

ବିଦ୍ୟାଳୟରେ ପୋଷାକ ବଣ୍ଟନ ଉତ୍ସବ

ଯାଜପୁର ୨୫/୪(ଓଡିଆପୁଅ/ମାନସ ରାଉତ) : ଧର୍ମଶାଳା ବ୍ଲକ ଅନ୍ତର୍ଗତ ନେଉଳପୁର ପଞ୍ଚାୟତ ଉପ୍ରା ବିଦ୍ୟାଳୟ କଣ୍ଟାବଣିଆ ପରିସରରେ ପ୍ରଧାନ ଶିକ୍ଷକ ଦଶରଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପୋଷାକ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ନେଉଳପୁର ପଞ୍ଚାୟତର ସରପଞ୍ଚ ଦିବାକର ବେହେରା, ସମ୍ମାନୀତ ଅତିଥିଭାବେ ପ୍ରତାପପୁର ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ସୁବୋଧ ପାତ୍ର.କଣ୍ଟାବଣିଆ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଭୟ କୁମାର ସାହୁ,ପରି·ଲନା କମିଟି ସଭାପତି ମହମ୍ମଦ ଦିଲଦାର,ଉପସଭାନେତ୍ରୀ ଆରତୀ ମଲିକ ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ୧୦୭ଜଣ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ଲେଖାଁ ପୋଷାକ ବଣ୍ଟନ କରିଥିଲେ । ସହକାରୀ ଶିକ୍ଷକ ସେକ୍ ଜହିରୁଉଦ୍ଦିନ,ସେକ୍ ସିକନ୍ଦର, ସହକାରୀ ଶିକ୍ଷୟତ୍ରୀ ବିଶ୍ୱଜିନି ସେଠୀ, କବିତା ମଲିକ,ମନୋରମା ବେହେରା, ପ୍ରାଥମିକ ବିଦ୍ୟାଳୟର ସଭାପତି ମହମ୍ମଦ ସଇଫୁଦ୍ଦିନ, ୱାର୍ଡ ସଭ୍ୟ ସେକ ମୁସଲିମ୍ ପ୍ରମୁଖ ଉପସ୍ଥିତ ଥିଲେ । ସହକାରୀ ଶିକ୍ଷୟତ୍ରୀ ପ୍ରଣିତା ପ୍ରିୟଦର୍ଶନୀ ଧନ୍ୟବାଦ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top