ବିଦ୍ୟାଳୟରେ ପୁରାତନ ଛାତ୍ରମାନଙ୍କ ସମାବେଶ

ପାରଳାଖେମୁଣ୍ଡି, ୨୫ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ଉଚ୍ଚବିଦ୍ୟାଳୟ ଠାରେ ବିଦ୍ୟାଳୟର ପୁରାତନ ଛାତ୍ରମାନଙ୍କ ଦ୍ୱାରା ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ପ୍ରଧାନ ଶିକ୍ଷୟତ୍ରୀ ଶୁଭଲକ୍ଷ୍ମୀ ଦାସ ଅଧ୍ୟକ୍ଷତା କରି ସ୍ୱାଭିମାନକୁ ବଞ୍ଚାଇ ରଖିଲେ ହିଁ ବିଦ୍ୟାଳୟର ବିକାଶ ସମ୍ଭବ ବୋଲି କହିଥିଲେ। ମୋ ବିଦ୍ୟାଳୟ ବିକାଶ ଯୋଜନା ପାଇଁ ଅନୁଷ୍ଠିତ ଏହି ସମାବେଶରେ ବିଦ୍ୟାଳୟର ସାମଗ୍ରିକ ବିକାଶ କିପରି ହୋଇପାରିବ ସେବିଷୟରେ ପୁରାତନ ଛାତ୍ରମାନେ ଆଲୋଚନା କରିଥିଲେ। ସରକାରଙ୍କ ମୋ ବିଦ୍ୟାଳୟ ବିକାଶ ଯୋଜନା ବିଦ୍ୟାଳୟର ପୁରାତନ ଛାତ୍ର/ଛାତ୍ରୀଙ୍କ ପାଇଁ ଏକ ଆହ୍ୱାନ ଆଣିଦେଇଛି ବୋଲି ବିଭିନ୍ନ ବକ୍ତାମାନେ ମତ ରଖିଥିଲେ। ସେହିପରି ଆଗାମି ଦିନରେ ଅନ୍ୟ ଏକ ବୈଠକ ବସି ବିଦ୍ୟାଳୟର ସେବା ନିବୃତ ଶିକ୍ଷକ/ଶିକ୍ଷୟତ୍ରୀମାନେ ଯୋଗଦେବା ପାଇଁ ସ୍ଥିର ହୋଇଛି। ଚଳିତ ବର୍ଷ ବିଦ୍ୟାଳୟର “ସୁବର୍ଣ୍ଣ ଜୟନ୍ତି” ପାଳିତହେବ ବୋଲି ବୈଠକରେ ନିଷ୍ପତି ହୋଇଛି। ଏହି କାର୍ଯ୍ୟକ୍ରମରେ ବିଚିତ୍ରାନନ୍ଦ ବେବର୍ତ୍ତା, ଭାଗବତ ପାଢୀ, ବେଣୁ ମାଧବ ପାଢୀ, ମୋହନ ରାଜ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ। ଶେଷରେ କବିତା ରାଓ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷୟତ୍ରୀ ମମତା ଦାସ, ସୁଜ୍ଞାନି ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *