ବିଦ୍ୟାଳୟରେ ପଢିଲେ, ପଢାଇଲେ ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡାଇ

ଯାଜପୁର-୧/୧୨(ଓଡିଆ ପୁଅ/ଏ.ରାଉତ) ବିଭିନ୍ନ ସମୟରେ ନିଜକୁ ଭିନ୍ନଭାବେ ଉପସ୍ଥାପିତ କରୁଥିବା ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ ନିକଟରେ ଏକ ଭିନ୍ନକାର୍ଯ୍ୟ କରି ଜିଲାରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି । ଦୁଇଦିନ ତଳେ ବିଧାୟକ ନିଜ ନିର୍ବାଚନ ମଣ୍ଡଳୀର ଏକ ବିଦ୍ୟାଳୟରେ ପହଂଚିବା ସହିତ ସେଠାରେ ଏକ ଶ୍ରେଣୀଗୃହକୁ ଯାଇଥିଲେ । ବିଧାୟକ ପ୍ରଥମେ ପିଲାମାନଙ୍କ ବେଂଚରେ ପିଲାମାନଙ୍କ ସହିତ ବସି ଶିକ୍ଷକ କିଭଳି ପଢାଉଛନ୍ତି ସେ ବିଷୟରେ ଅନୁଧ୍ୟାନ କରିଥିଲେ । ଏହା ପରେ ପିଲାମାନଙ୍କୁ ବିଭିନ୍ନ ବିଷୟରେ ପ୍ରଶ୍ନମାନ ପଚାରିଥିଲେ । ଏହାକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବେଶ ଉସôାହ ସୃଷ୍ଟି ହୋଇଥିଲା । ପିଲାମାନଙ୍କ ସହିତ ବସି ପଢିବା ଓ ପଢାଇବା ପରେ ବିଧାୟକ ପିଲାମାନଙ୍କୁ ଭଲ ପାଠ ପଢି ନିଜକୁ ପ୍ରତିଷ୍ଠିତ କରିବାକୁ ପରାମର୍ଶ ଦେଇଥିଲାବେଳେ ବାପା ମା’ ମାନେ ବହୁ ପରିଶ୍ରମ କରି ତୁମ୍ଭମାନଙ୍କୁ ମଣିଷ କରିବାକୁ ଉଦ୍ୟମ କରୁଥିଲାବେଳେ ତୁମ୍ଭେମାନେ ସେମାନଙ୍କ ସ୍ୱପ୍ନକୁ ସାକାର କରିବାକୁ କଠିନ ଅଧ୍ୟବସାୟ କରିବା ଜରୁରୀ ବୋଲି ପରାମର୍ଶ ଦେଇଥିଲେ । ଏହା ସହିତ ବିଧାୟକ ଶିକ୍ଷକମାନଙ୍କୁ ମଧ୍ୟ ପିଲାମାନଙ୍କର ଉଚିତ ଯନô ନେବା ସହିତ ସେମାନଙ୍କ ଭବିଷ୍ୟତ ଶିକ୍ଷକମାନଙ୍କ ହାତରେ ଥିବାରୁ ପିଲାମାନଙ୍କ ଭବିଷ୍ୟତ ଗଢିବାକୁ ଯନôବାନ ହେବାକୁ ପରାମର୍ଶ ଦେଇଥିଲେ । ଆଗାମି ଦିନରେ ବିଭିନ୍ନ ସ୍କୁଲକୁ ଏହି ଭଳି ଗସ୍ତ କରାଯାଇ ଶିକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରାଯିବ ବୋଲି ବିଧାୟକ କହିଛନ୍ତି ।

Leave a Reply

Your email address will not be published. Required fields are marked *