ଜିଲ୍ଲା ପରିକ୍ରମା

ବିଦ୍ୟାଳୟରେ ଚାଲିଛି ସରକାରଙ୍କ ଉଜ୍ଜଳ ଓ ଉତ୍ଥାନ କାର୍ଯ୍ୟକ୍ରମ

ଖଇରା, ୧୧/୭/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା )-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ନଛିପୁର ଉ.ପ୍ରା ବିଦ୍ୟାଳୟରେ ଓଡିଶା ସରକାରଙ୍କ ଶିକ୍ଷା ବିଭାଗ ଚଳିତ ବର୍ଷ ଦ୍ୱିତୀୟ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସର୍ବଶିକ୍ଷା ଅଭିଯାନ ଦ୍ୱାରା ପ୍ରଚଳିତ ବିଦ୍ୟାଳୟ ଗୁଡିକରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସ୍ଥିତି ଏବଂ ପାଠ୍ୟଜ୍ଞାନରେ ସୁଧାର ଆଣିବା ପାଇଁ ଆରମ୍ଭ ହୋଇଛି ଉଜ୍ଜଳ ଓ ଉତ୍ଥାନ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦ୍ୱିତୀୟ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଜ୍ଜଳ ଓ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପାଇଁ ଉତ୍ଥାନ ଯୋଜନାରେ ପରୀକ୍ଷାରେ ଭଲ ପ୍ରଦର୍ଶନ କରୁନଥିବା ପିଲାମାନଙ୍କୁ ଏହି ୪୦ ଦିନିଆ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରାଯାଇଛି। ଶିକ୍ଷୟତ୍ରୀ/ଶିକ୍ଷକମାନେ ନିଜ ନିଜ କାର୍ଯ୍ୟ ଠିକ୍ ଭାବରେ ଶିକ୍ଷାଦାନ ପ୍ରଦାନ କରିବା ସହିତ ଲେସନ ପ୍ଲାନ କରି ପିଲାମାନଙ୍କୁ ପାଠ ପଢାଇବା ପାଇଁ ଶିକ୍ଷା ବିଭାଗ ତରଫରୁ ବିଦ୍ୟାଳୟକୁ ନିର୍ଦ୍ଦଶ ହୋଇଛି। ସରକାରଙ୍କ କାର୍ଯ୍ୟକ୍ରମକୁ ଠିକ୍ ଭାବରେ ପାଳନ କରାଯାଉଥିବାର ଉ.ପ୍ରା.ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଦର୍ଶନ ସେଠୀ ଓ ରଞ୍ଜିତା ସାହୁ ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top