ଓଡ଼ିଶା

ବିଦ୍ୟାଳୟରେ ଅଭିନବ ପ୍ରୟାସ, ରେଳ ଗାଡି ଦେଖିନଥିବା ଛାତ୍ରଛାତ୍ରୀ ରେଳବଗିରେ ବସି ପଢିଲେ ପାଠ

ମାଲକାନଗିରି, ୧୪-୯ (ଓଡିଆ ପୁଅ ) ସରକାରି ବିଧିବଧ ଭାବେ ମାଲକାନଗିରି ଜିଲ୍ଲାରେ ରେଳ ଲାଇନ କି ରେଲଗାଡିର ସେବା ମିଳିନଥିବା ବେଳେ ଗତ କିଛି ଦନହେଲା ନିଜ ବିଦ୍ୟାଳୟ କୋଠରୀରେ ରେଳଗାଡିରେ ବସିବାର ମଜା ଉଠାଇଛନ୍ତି ମାଲକାନଗିରିର ଏକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ। ଦେଶସ୍ୱାଧାନ ହୋଇ ଦୀର୍ଘ ୭୨ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାବାସୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ରେଳଗାଡି ଦେଖିବା ସ୍ୱପ୍ନ ପାଲଟିଛି। ଚଳିତବର୍ଷ କେନ୍ଦ୍ର ଓ ରାଜ୍ୟସରକାର ମାଲକାନଗିରି ଜିଲ୍ଲାକୁ ରେଳ ଲାଇନ ସଂଯୋଗ କରିବା ପାଇଁ ନିଷ୍ପତି ନେଇଛନ୍ତି। ହେଲେ ଏପର୍ୟ୍ୟନ୍ତ ଏହାର ବିଧିବଧ ଭାବେ କିଛି କାର୍ୟ୍ୟ ଆରମ୍ଭ ହୋଇ ନଥିଲେ ମଧ୍ୟ ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଥିବା ବୁଟିଗୁଡା ସରକାରି ନୋଡାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଅଭିନବ ଉପାୟରେ ପିଲାମାନଙ୍କ ପାଇଁ ରେଳଗାଡିରେ ବସିବାର ସୋଭାଗ୍ୟ ଆଣିଦେଇଛନ୍ତି। ଏହି ଛାତ୍ର ଛାତ୍ରୀ ମାନେ ଜୟପୁର କି କୋରାପୁଟ ରେଳଷ୍ଟେସନକୁ ନ ଯାଇ ନିଜ ବିଦ୍ୟାଳୟରେ ରେଳ ଗାଡି ଓ ବଗିରେ ବସି ପାଠପଢି ବେସ ଖୁସି ମନାଇଛନ୍ତି। ମାଲକାନଗିରି ଜିଲ୍ଲାର ଛାତ୍ର ଛାତ୍ରୀମାନେ ରେଳଗାଡି କେବଳ ବହି ଓ ଟିଭି ମାଧ୍ୟମରେ ଚିତ୍ର ଆକାରରେ ଦେଖିଥିବା ବେଳେ ରେଳ ଗାଡି କିପରି ସେଥିରେ ବସିବା ଠାରୁ ଆରମ୍ଭ କରି ଟିକେଟ କାଟିବା ଓ ପ୍ଲାଟଫର୍ମ କିପରି ପିଲାମାନେ ଜଣିବାପାଇଁ ବୁଟିଗୁଡା ଉଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶଚନ୍ଦ୍ର ନାୟକ ଅଭିନବ ଉପାୟରେ ସ୍ଥାନୀୟ ଆର୍ଟିଷ୍ଟ କେ ଦେଶିରାଜୁ ଆଚାରୀଙ୍କ ଦ୍ୱାରା ବିଦ୍ୟାଳୟ କାନ୍ଥରେ ଏକ ରେଳଗାଡି ସଦୃଶ୍ୟ ଚିତ୍ର ଓ ବିଦ୍ୟାଳୟ କୋଠରୀ ଗୁଡିକୁ ରେଳ ଡବା ଢଙ୍ଗରେ ଚିତ୍ରିଣ କରିଛନ୍ତି। ଯାହା କି ଜିଲ୍ଲାବାସୀଙ୍କୁ ଏହା ପ୍ରକୃତ ରେଳ ଗାଡିସଦୃଶ୍ୟ ଭ୍ରମସୃଷ୍ଟି କରିଛି। ପ୍ରକୃତ ରେଳ ଗାଡି ଭଳି ଦେଖା ଯାଉଥିବା ରେଳ ଡବାରେ ଛାତ୍ର ଛାତ୍ରୀ ମାନେ ବସି ଅଧ୍ୟୟନକରୁଛନ୍ତି। ବିଦ୍ୟାଳୟ ଆରମ୍ଭ ଓ ଛୁଟି ହେବା ସମୟରେ ଛାତ୍ର ଛାତ୍ରୀ ମାନେ ନିଜ ନିଜ ଶ୍ରେଣୀକୋଠରୀ ଭିତରକୁ ଯାତାୟାତ କରୁଥିବା ବେଳେ ସତେ ଯେମିତି ସେମାନେ ରେଳ ଗାଡିରେ ଚଢୁଥିବା ଓ ଓହ୍ଲାଉଥିବା ଭଳିଦୃଶ୍ୟ ଦେଖାଯାଇ ଥାଏ। ଏହି ରେଳଟି ମାଲକାନଗିରିରୁ ଭୁବନେଶ୍ୱର କୁ ଦିନ ୧୦ଟାରେ ଯାତ୍ରାକରି ଥାଏ। ଛାତ୍ର ଛାତ୍ରୀମାନେ ଶାନ୍ତିଶୃଙ୍ଖଳାର ସହିତ ଦିନ୧୦ଟାରେ ରେଳ ବଗି ଭିତରକୁ ଧାଡିହୋଇ ଯାଇଥାନ୍ତି। ସେହି ବଗି ଭିତରେ ବସି ପାଠପଢିଥାନ୍ତି। ପୁଣି ୪ଟା ବାଜିଲେ ରେଳବଗିରୁ ଓହ୍ଲାଇ ଆସିଥାନ୍ତି।

ମାଲକାନଗିରି ବୁଟିଗୁଡା ବିଦ୍ୟାଳୟରୁ ଭୁବନେଶ୍ୱରକୁ ଯାତ୍ରାକରୁଥିବା ରେଳ ଗାଡିଟିର ନାମକରଣ ମାଲ୍ୟବନ୍ତ ଏକ୍ସପ୍ରେସ ରଖାଯାଇଛି। ପ୍ଲାଟଫର୍ମରେ ଯେପରି ଟିକେଟ ଗୃହ ଏଠାରେ ଅଫିସ ଘରକୁ ଟିକେଟ ଗୃହ ଭାବେ ଚିତ୍ରଣ କରାଯାଇଛି। ଏହି ମାଲ୍ୟବନ୍ତ ଏକ୍ସପ୍ରେସ ରେଳ ଗାଡିରେ ସାଧରଣ ବଗି ଠାରୁ ଆରମ୍ଭ କରି ଏସି, ସ୍ଲିପର ବଗି ପର୍ୟ୍ୟନ୍ତ ରହିଛି। ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ରେଳ ଗାଡି ସ୍ୱପ୍ନ ପାଲଟିଥିବା ବେଳେ ବୁଟିଗୁଡା ବିଦ୍ୟାଳୟରେ ଅଭିନବ ଉପାୟରେ ରେଳଗାଡି ଚିତ୍ରଣକରି ଜିଲ୍ଲାବାସୀଙ୍କୁ ରେଳ ଗାଡି ଦେଖିବାର ସୁଯୋଗ ଦେଇଥିବାରୁ ଆଖପାଖ ଗ୍ରାମବାସୀ ମାନେ ମାଲ୍ୟବନ୍ତ ଏକ୍ସପ୍ରେସ ରେଳଗାଡି ଦେଖିବା ପାଇଁ ପ୍ରିତଦିନ ବିଦ୍ୟାଳୟ ନିକଟରେ ଭିଡ ଜମାଇ ଦେଉଛନ୍ତି। ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବହୁତ ଖୁସିହୋଇ ଏହି ରେଳ ଗାଡି ବଗିରେ ବସି ପାଠପଢୁଛନ୍ତି। ଜିଲ୍ଲାରେ ରେଳ ଗାଡିର ସୁବିଧା ନଥିବାରୁ କୋମଳମତି ଛାତ୍ର ଛାତ୍ରୀ ମାନଙ୍କୁ ସବ ର୍ଶିକ୍ଷାଅଭିଯାନ ଓ ବିଦ୍ୟାଳୟପକ୍ଷରୁ କାନ୍ଥ କହୁଛି କାହାଣୀ ଚିତ୍ର ମାଧ୍ୟମରେ ରେଳଗାଡି, ପ୍ଲାଟଫର୍ମ ସଂପର୍କରେ ଜ୍ଞାନ ଓ ଧାରଣା ଦେବା ପାଇଁ ଏହା କରାଯାଇଛି ବୋଲି ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ କହିଛନ୍ତି। ବୁଟିଗୁଡା ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଛାତ୍ର ଛାତ୍ରୀ ମାନଙ୍କୁ ରେଳ ଗାଡି ସଂପର୍କରେ ଜନସଚେତନତା କରାଯାଇ ଥିବାରୁ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ, ପିଡି ଡିଆରଡିଏ ଲିଙ୍ଗରାଜପଣ୍ଡା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ରେଲ ଗାଡି ଚିତ୍ରନିର୍ମାଣ କରିଥିବା ଚିତ୍ରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି, ଏହିପରି ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନ ଓ୍ୟାର୍ଡି କେନ୍ଦ୍ର ର କାନ୍ଥ କୋଠରୀ ଗୁଡିକରେ ବିଭିନ୍ନ ଶିକ୍ଷୟଣୀୟ ବିଷୟବସ୍ତୁ ଚିତ୍ରକରାଯାଇ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାଦାନ ଦେବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top