ଜିଲ୍ଲା ପରିକ୍ରମା

ବିଦ୍ୟାଳୟ, ମହାବିଦ୍ୟାଳୟ ସୁପରିଚାଳନା ଓ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ବୈଠକ

ମାଲକାନଗିରି, ୩ା୧(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ବିଦ୍ୟାଳୟ, ମହାବିଦ୍ୟାଳୟର ସୁପପରିଚାଳନା ଓ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲା ସ୍ତରୀୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ନୂତନ ବର୍ଷର ନୂତନ ଚିନ୍ତା ନେଇ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନିତ କରିବା ସହିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ସୁପରିଚାଳନା ସହିତ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଶିକ୍ଷାଦାନ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ କିପରି ଯୋଗାଇ ଦିଆଯିବ, ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ଓ ନବୋଦୟ ବିଦ୍ୟାଳୟର ଏଣ୍ଟ୍ରାସ ପରୀକ୍ଷା ପାଇଁ ଜିଲ୍ଲାରେ ସ୍ୱତନ୍ତ୍ର ଭାବେ ମାଲକାନଗିରି, କୋରକୁଣ୍ଡା, ଚିତ୍ରକୋଣ୍ଡା, ଖଇରପୁଟ, ମାଥିଲି, କାଲିମେଳା ସାତଟି ଯାକ ବ୍ଲକରେ ସାତଟି ମାଗଣାରେ କୋଚିଂ ସେଣ୍ଟର ଖୋଲା ଯାଇ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନର ବ୍ୟବସ୍ଥା କରାଯିବ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ବାଣୀଶ୍ରୀ ଛାତ୍ରବୃତ୍ତି ବ୍ୟବସ୍ଥା, ନିର୍ମାଣ ଶ୍ରମିକଙ୍କ ପିଲାଙ୍କ ପାଇଁ ମାଗଣାରେ ପାଠପଢା ସହିତ ସେମାନଙ୍କୁ ଷ୍ଟାଇପେଣ୍ଡର ବ୍ୟବସ୍ଥା, ଗ୍ରାମାଚଂଳରେ ଆଦିବାସୀ ଛାତ୍ରଛାତ୍ରୀଙ୍କ କ୍ରୀଡା, ସହିତ ଅନ୍ୟାନ୍ୟ ଉନ୍ନୟନମୂଳକାର୍ଯ୍ୟ ସଂପର୍କରେ ଆଲୋଚନା କରାଯାଇଥିଲା। ଏହା ବ୍ୟତୀତ ଜିଲ୍ଲାରେ ସବୁ ପ୍ରକାର ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ଠିକ ଭାବେ କରାଯାଇ ଅଧୁରା କାମଗୁଡିକୁ ଖୁବ ଶିଘ୍ର ସମ୍ପୁର୍ଣ୍ଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତି କହିଥିଲେ। ଏହି ବୈଠକରେ ପିଏ ଆଇଟିଡିଏ ରାମକୃଷ୍ଣ ଗଣ୍ଡ, ଜିଲ୍ଲା ମଙ୍ଗଳ ଅଧିକାରୀ ପିତାମ୍ବର ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାପାତ୍ର, ଜିଲ୍ଲା ସବ ର୍ଶିକ୍ଷା ଅଭିଯାନ ଜିଲ୍ଲା ସଂଯୋଜକ ମାନସ କୁମାର ଜେନା, ଜିଲ୍ଲା ଆଦିବାସୀ ବିକାଶ ପରିଷଦ ସଭାପତି ଆଡମାରାବା, ଜିଲ୍ଲା ଶ୍ରମ ଅଧିକାରୀ ମଦନ ମୋହନ ପାଇକ, ଜିଲ୍ଲାର ସମସ୍ଥ ମହା ବିଦ୍ୟାଳୟର ଅଧ୍ୟକ୍ଷ, ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ସହିତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top