ଜିଲ୍ଲା ପରିକ୍ରମା

ବିଦ୍ୟାଧରପୁରରେ ଯଜ୍ଞ ମହୋତ୍ସବ ଶୁଭାରମ୍ଭ

ଯାଜପୁର, ୧୯.୩(ଓଡିଆ ପୁଅ/ମାନସ ରାଉତ):- ବଡଚଣା ବ୍ଲକ ଅନ୍ତର୍ଗତ ରାଧାଦେଇପୁର ପଞ୍ଚାୟତର ବିଦ୍ୟାଧରପୁର ଗ୍ରାମର ଆରଧ୍ୟ ଦେବତା ଶ୍ୟାମସୁନ୍ଦରଜିଉ ପୀଠରେ ପଞ୍ଚ ମହୋତ୍ସବ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ପ୍ରାରମ୍ଭରେ ଗ୍ରାମଦେବାଦେବୀଙ୍କ ପୂଜା ଉପାସନା ସହ ସଂନ୍ଧ୍ୟାରେ ଯଜ୍ଞାଦି ଦିବ୍ୟକର୍ମର ଅଙ୍କୁରାର୍ପଣ କରାଯାଇଥିଲା। ଦ୍ୱିତୀୟ ଦିବସରେ ମାତା ଗଙ୍ଗାପୀଠକୁ ମହାପ୍ରଭୁ ଶ୍ୟାମସୁନ୍ଦରଜିଉଙ୍କ ପୀଠରୁ ଯଜ୍ଞ ପଣ୍ଡିତ ଓ କର୍ତ୍ତାଙ୍କ ଯାତ୍ରା ଆରମ୍ଭ ଓ ଘଟଜଳ ପୂଜା କରାଯାଇଛି। ତୃତୀୟ ଦିବସରେ ମହିଳା ମାନଙ୍କ ଦ୍ୱାରା ୧୦୮ କଳସ ଶୋଭାଯାତ୍ର ଓ ଘଟସ୍ଥାପନ କରାଯାଇ ସଂନ୍ଧ୍ୟାରେ ଏକ ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ଆସିଥିବା ଅତିଥି ମାନଙ୍କୁ ବଡଚଣା ଥାନା ସମ୍ମୁଖରୁ ସ୍ୱାଗତ କରାଯାଇ ଏକ ବିରାଟ ପଟୁଆରରେ ସଭାସ୍ଥଳକୁ ପାଛେଟି ନେବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ଆଧ୍ୟତ୍ମିକ ସଭାରେ ମୁଖ୍ୟଅତିଥି ଭାବେ ଆଡଭୋକେଟ ଜେନେରାଲ ସୂର୍ଯ୍ୟପ୍ରସାଦ ମିଶ୍ର ଯୋଗଦେଇ ପୂଜ୍ୟପୂଜା ପ୍ରତି ଆଜିର ଯୁବ ସମାଜ ନିଜ ଜୀବନର ବ୍ରତରୂପେ ଗ୍ରହଣ କଲେ ସମାଜ ଓ ଦେଶର ଉନ୍ନତି ହୋଇପାରିବ ବୋଲି କହିଥିଲେ। କମିଟି ପକ୍ଷରୁ ଅତିଥି ମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ପରେ ବିଧାୟକ ଶ୍ରୀ ଶତପଥୀ ଯୁବକ ମାନେ ହେଉଛନ୍ତି ସମାଜର ଅଗ୍ରଦୂତ। ପ୍ରତି କ୍ଷେତ୍ରରେ ସେମାନଙ୍କ ଗୁରୁତ୍ୱପୁର୍ଣ୍ଣ ଭୂମିା କହିଛି ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବେ କୋରେଇ ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ ଯୋଗଦେଇ ଆଧ୍ୟତ୍ମିକ ଚେତନା ସୃଷ୍ଟି କରିବାରେ ସାଧୁସନ୍ଥଙ୍କ ବାଣୀ ଶ୍ରବଣ, ଗୁରୁ ଓ ଗୁରୁଜନଙ୍କୁ ସମ୍ମାନ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ। ମନ୍ଦିର ଟ୍ରଷ୍ଟର ସଂପାଦକ ଆଇନଜୀବୀ ସୋଭାଗ୍ୟ କେତନ ନାୟକ ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ପାକ୍ଷିକ ପତ୍ରିକା ‘ବିରଜା ଭୂମି’ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ବର୍ଷିୟାନ ସମାଜସେବୀ ତଥା ପରିବେଶବିତ ବସନ୍ତ କୁମାର ନାୟକଙ୍କୁ ମଞ୍ଚରେ ସମ୍ମାନୀତ କରାଯାଇଥିଲା। ଏହା ସହିତ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକ ୧୨ଜଣ ବରିଷ୍ଠ ନାଗରିକଙ୍କୁ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ବରିଷ୍ଠ ସାମ୍ବାଦିକ ତଥା ‘ବିରଜା ଭୂମି’ର ସଂପାଦକ ନିର୍ମଳ ଚନ୍ଦ୍ର ସାମଲ ଧନ୍ୟବାଦ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top