ଜିଲ୍ଲା ପରିକ୍ରମା

ବିଦେଶୀ ମଦ ଜବତ, ୩ ଗିରଫ

ଯାଜପୁର-୩୦/୭(ଓଡିଆ ପୁଅ/ଏ.ରାଉତ)  ଦିନକୁଦିନ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ବୃଦ୍ଧି ପାଇଥିଲେ ମଧ୍ୟ ଅବକାରୀ ବିଭାଗର ନିଦ ଭାଙ୍ଗୁନଥିବାବେଳେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ଚୋରା ଦେଶୀ ଓ ବିଦେଶୀ ମଦ କାରବାର କରୁଥିବା ଅଭିଯୋଗରେ ଚୋରା ବେପାରୀଙ୍କୁ ଗିରଫ କରାଯାଇଛି । ଯାଜପୁର ଥାନାଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ନିଦେ୍ର୍ଦଶକ୍ରମେ ପୁଲିସ ଚୋରା ମଦ କାରବାରରେ ଖଣ୍ଡରା ଗ୍ରାମର ଗୋପୀନାଥ ବେହେରା ଓ ରତନପାଳ ଗ୍ରାମର ମଧୁସୂଦନ ଯେନାଙ୍କୁ ଗିରଫ କରିବା ସହ ମଦ ଜବତ କରିଥିଲେ । ସେହିପରି ଯାଜପୁର ସଦରଥାନା ଭାରପ୍ରାପ୍ତ ଅଧିକାରୀ ମନୋରଞ୍ଜନ ଦାସଙ୍କ ନିଦେ୍ର୍ଦଶକ୍ରମେ ଏ.ଏସ୍.ଆଇ. ଲମ୍ବୋଦର ଯେନା ନାଥସାହି ମଙ୍ଗଳାପାଟଣା ଗ୍ରାମର ବିଶ୍ୱନାଥ ଗୁଇଁଙ୍କୁ ଚୋରା ବିଦେଶୀ ମଦ କାରବାରରେ ଗିରଫ କରି ମଦ ଜବତ କରିଥିଲେ ।
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top