ବିଦେଶୀ ମଦଦୋକାନ ଖୋଲିବାକୁ ବିରୋଧ କଲେ ଗ୍ରାମବାସୀ

ତୁରୁମୁଙ୍ଗା ୧୦-୧ (ଓଡ଼ିଆ ପୁଅ/ସନ୍ତୋଷ କୁମାର ପତି) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ପଞ୍ଚାୟତର ନିଃନୂଆଁ ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ବିଦେଶୀ ମଦ ଦୋକାନ ବନ୍ଦ କରିବା ଦାବିରେ ଶୋଭାଯାତ୍ରାରେ ନିଃନୁଆଁ ଗ୍ରାମରୁ ବାହାରି ତୁରୁମୁଙ୍ଗା ସରପଞ୍ଚଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ନିଃନୁଆଁ ଗ୍ରାମବାସୀ ସେହି ଗ୍ରାମର ମୁଖ୍ୟ ରାସ୍ତା ପାର୍ଶ୍ବରେ ଥିବା ମଦନ ସାହୁଙ୍କ ଘରେ ବିଦେଶୀ ମଦ ଦୋକାନ ଖୋଲୁଥିବାର ସୂଚନା ପାଇ ସମୂହ ଗ୍ରାମବାସୀ ପଂଚାୟତରେ ବିଦେଶୀ ମଦ ଦୋକାନ ସ୍ଥାପନକୁ ବିରୋଧ କରି ସ୍ଥାନୀୟ ସରପଞ୍ଚଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ତୁରୁମୁଙ୍ଗା ସରପଞ୍ଚ ଉମେଶ ଦେହୁରୀଙ୍କ ସୂଚନା ମୁତାବକ ସମ୍ପୃକ୍ତ ଗ୍ରାମରେ ଜନୈକ ବ୍ୟକ୍ତି ମଦ ଦୋକାନ କରିବାର ଲାଇସେନ୍ସ ପାଇଛନ୍ତି। ଗ୍ରାମବାସୀ ସମ୍ମଳିତ ହୋଇ ଉକ୍ତ ଦାବି ପତ୍ରକୁ ତୁରୁମୁଙ୍ଗା ଥାନାରେ ପହଂଚି ଥାନା ଅଧିକାରୀଙ୍କ ମାଧ୍ୟମରେ ଜିଲ୍ଲାପାଳ ଏବଂ ଜିଲ୍ଲା ଅବକାରୀ ଅଧ୍ୟକ୍ଷଙ୍କୁ ଅବଗତ କରାଇଛନ୍ତି।

Leave a Reply

Your email address will not be published. Required fields are marked *