ଜିଲ୍ଲା ପରିକ୍ରମା

ବିଦୁ୍ୟତ ସଂଯୋଗ ଥାଇ ବିଦୁ୍ୟତ ମିଲୁନି- ଗ୍ରାମବାସୀଙ୍କ ରାସ୍ତାରୋକ ଚେତାବନୀ

ଖଡିଆଳ/ନୂଆପଡା-୨୨.୦୪.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)-ନୂଆପଡା ଜିଲା ଖଡିଆଳ ବ୍ଲକ ଅନ୍ତର୍ଗତ ରାଣିମୁଣ୍ଡା, ପଲମା, କମ୍ପାନୀଗୁମା ଏବଂ ସରଧାପୁର ଗ୍ରାମରେ ଗତ ୧ ବର୍ଷ ଧରି ବିଦୁ୍ୟତ ବ୍ୟାହତ ହେଉଥିବା ନେଇ ଗ୍ରାମବାସୀ ଅଭି୍ୋଗ ହେଉଛି । ଏନେଇ ଏହି ୪ ଗ୍ରାମବାସୀ ଖଡିଆଳ ସ୍ଥିତ ବିଦୁ୍ୟତ ବିଭାଗର ଏସଡିଓ ଏବଂ ଖଡିଆଳ ଥାନାଧିକାରୀଙ୍କୁ ଲିଖିତ ଅଭିଯୋଗ କରି ଏହାର ସାମାଧାନ ଦାବୀରେ ଆସନ୍ତା ୨୪ ତାରିଖ ଦିନ ଖଡିଆଳ-ସିନାପାଲି ରାସ୍ତାକୁ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । ଗତ ୧ ବର୍ଷ ହେବ ଏହି ୪ ଗୋଟି ଗ୍ରାମରେ ଅନବରତ ବିଦୁ୍ୟତ ବିଛିନ୍ନ ହେଉଥିବା ବେଲେ ମାସକୁ ୧୦ ଦିନ ମଧ୍ୟ ବିଦୁ୍ୟତ ରହୁନଥିବା ଅଭିଯୋଗ କରିଛନ୍ତି । ଫଳରେ ବିଦୁ୍ୟତ ଉପଭୋକ୍ତା ମାନେ ନାହିନଥିବା ଅସୁବିଧା ଭୋଗ କରୁଥିବା ପ୍ରକାଶ କରି ଏହାର ତୁରନ୍ତ ସମାଧାନ କରିବାକୁ ଦାବୀ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top