ବିଦ୍ୟୁତ୍ ସବଷ୍ଟେସନ କାର୍ଯ୍ୟ ଅଧାପନ୍ତରିଆ, ଉପଭୋକ୍ତ ହନ୍ତସନ୍ତ

ଯାଜପୁର, ୧୩.୩ (ଓଡିଆ ପୁଅ/ମାନସ ରାଉତ):- ଲୋ ଭୋଲେଟେଜ୍ ଏବଂ ବିଦ୍ୟୁତ କାଟ୍ରୁ ମୁକ୍ତି ପାଇବା ପାଇଁ ବିଭାଗ ପକ୍ଷରୁ ଉଚ୍ଚକ୍ଷମତା ସମ୍ପନ୍ନ ସବଷ୍ଟେସନ ମାନ ପ୍ରତିଷ୍ଠା କରିଛି। ମାତ୍ର କେତକ ସ୍ଥାନରେ ଠିକାଦାରଙ୍କ ଅବହେଳା ଯୋଗୁ ଏହି ସବଷ୍ଟେସନ ମାନଙ୍କର କାର୍ଯ୍ୟ ସରିପାରୁନାହିଁ। ଫଳରେ ଉପଭୋକ୍ତା ମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବଡଚଣା ବ୍ଲକ କୁନ୍ଦଳ ଗ୍ରାମ ପଂଚାୟତରେ ଥିବା ବିଦ୍ୟୁତ ବିଭାଗ ପକ୍ଷରୁ ୩୩/୧୧କେଭି ସବଷ୍ଟେସନର କାର୍ଯ୍ୟ ଆଦ୍ୟବିଧି ଅଧାପନ୍ତରିଆ ହୋଇପଡିରହିଛି। ୧୧.୮.୨୦୧୫ରେ ଏହି ପଂଚାୟତର ସଇକା ଗ୍ରାମଠାରେ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ହାତରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଥିଲା। ଏହା କାର୍ଯ୍ୟକ୍ଷମ ହୋଇଥିଲେ କୁନ୍ଦଳ, ଅଣକା, ଅରଖପୁର, ମଝିପଡା, ଅଛୁତବସନ୍ତ, ଅରେଇକଣା, ଚଣ୍ଡିଆ ଆଦି ପଂଚାୟତର ଶତାଧିକ ଗ୍ରାମର ଉପଭୋକ୍ତା ମାନେ ଏଥିରୁ ସୁବିଧା ପାଇପାରିଥାନ୍ତେ। ବିଦ୍ୟୁ ବିଭାଗ ପକ୍ଷରୁ ମେସର୍ସ ଗୁପ୍ତା ଆଣ୍ଡ କେବୁଲ ଠିକାସଂସ୍ଥାକୁ କାର୍ଯ୍ୟ ଦିଆଯାଇ ଶୀଘ୍ର ସାରିବାବୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ୩ବର୍ଷ ହେବ କେତକ ଅର୍ଦ୍ଧନିର୍ମିତ ଗୃହ ଏବଂ କେତେକ ବୈଦ୍ୟୁତିକ ଯନ୍ତ୍ରପାତି ନିର୍ମାଳସ୍ଥଳରେ ପଡିରହିଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଏବେ ଏହି ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏପରକି ଏହାକୁ ଜଗିବା ପାଇଁ ସମ୍ପୁକ୍ତ ସଂସ୍ଥା ପକ୍ଷରୁ ୨ଜଣକୁ ନୟୋଜିତ କରାଯାଇଛି। ହେଲେ ଅଦ୍ୟବିଧି ଏହାର ପୁର୍ଣ୍ଣାଙ୍ଗ ହୋଇପାରିନାହିଁ। ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ବିଭାଗକୁ ଯୋଗଯୋଗ କରାଯାଇଥିଲେ ମଧ୍ୟ ସୂଚନା ଦେବା ପାଇଁ ମନ କରିଥିଲେ। ତୁରନ୍ତ ଏହା ଉପରେ ଜିଲ୍ଲାପାଳ ଏବଂ ଉପରିସ୍ତ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *