ad
ଓଡ଼ିଶା

ବିଦ୍ୟୁତ୍ ସଟ ସର୍କିଟ୍ ଯୋଗୁଁ କୋଟିଏରୁ ଉର୍ଦ୍ଧ୍ୱ ମୂଲ୍ୟର ସାମଗ୍ରୀ ଜଳିଗଲା

ଭଦ୍ରକ, ୧୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ବନ୍ତଛକ ନିକଟ ଏକ ଗୋଦାମ୍ରେ ବିଦ୍ୟୁତ୍ ସଟ୍ ସର୍କିଟ୍ ଯୋଗୁଁ ନିଆ ଲାଗି କୋଟିଏରୁ ଉର୍ଦ୍ଧ୍ୱ ମୂଲ୍ୟର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ମିଳିଥିବା ତଥ୍ୟ ଅନୁଯାୟୀ ଭଦ୍ରକ ବନ୍ତଛକ ନିକଟ ବନ୍ତଛକ-ରାନ୍ଦିଆ ରାସ୍ତାର ଜଗନ୍ନାଥପୁରରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ଉପର ତାଲାର ଏକ ବଜାଜ୍ ଆପିଇଲାନ୍ସର ଗୋଦାମ୍ରେ ବିଦ୍ୟୁତ୍ ସର୍ଟ ସର୍କିଟ୍ ଘଟି ଅଗ୍ନିକାଣ୍ଡ ଘଟିଥିଲା। ଘଟଣାର ଖବର ପାଇ ଭଦ୍ରକ ଅଗ୍ନିଶମ ବିଭାଗର ୨ଟି ଦମକଳ ଓ କର୍ମଚାରୀମାନେ ଉକ୍ତ ଅଗ୍ନିକୁ ଆୟତ୍ତ କରିଥିଲେ। ସେତେବେଳକୁ ଆନୁମାନିକ ପ୍ରାୟ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା। ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିଲେ ବି ବିଦ୍ୟୁତ୍ ସଟ୍ ସର୍କିଟ୍ ଯୋଗୁଁ ଏହା ହୋଇଥିବାର ଅନୁମାନ କରାଯାଉଛି। ଏହାକୁ ଲିଭାଇବା ଦିଗରେ ଭଦ୍ରକ ଅଗ୍ନିମ ସେବା ସଂସ୍ଥା କର୍ମଚାରୀଙ୍କୁ ଦୀର୍ଘ ସମୟ ଧରି ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିଥିଲା। ଏଠାରେ ସୂଚନାଯୋଗ୍ୟ ଉକ୍ତ କଂପାନୀର ସାମଗ୍ରୀ ବୀମା ଅବଧି ଗତ ୪ଦିନ ପୂର୍ବରୁ ସରିଯାଇଥିବାର ଜଣାପଡିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top