ଓଡ଼ିଶା

ବିଦ୍ୟୁତ୍ ତାର ଛିଡି ବାଇକ୍ ଆରୋହୀ ମୃତ, ଜଣେ ଆହତ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତାର ପାଣିକୋଇଲି ଛକ ନିକଟରେ ୧୧ କେଭି ତାର ଛିଡିପଡିବାରୁ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ତେବେ ଏହି ଘଟଣାକୁ ନେଇ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିବାର ଜଣାପଡିଛି। ଚାନ୍ଦବାଲି ପୁଲିସ୍ ଓ ସ୍ଥାନୀୟ ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଲୋକେ ମୃତ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଭଦ୍ରକରୁ ଚାନ୍ଦବାଲି ପର୍ଯ୍ୟନ୍ତ ରାସ୍ତା ଉପର ଦେଇ ଯାଇଥିବା ବିଦ୍ୟୁତ ତାର ଓ ନିମ୍ନମାନର ତାରର ଅପସାରଣ ଦାବିରେ ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସକାଳ ୫ଟାରୁ ଏପର୍ଯ୍ୟନ୍ତ ଶବ ରଖି ରାସ୍ତା ଅବରୋଧ ଜାରି ରଖିଛନ୍ତି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ସ୍ଥାନୀୟ ପଂଚୁଟିକ୍ରୀ ଗ୍ରାମର କାଠମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଶାନ୍ତନୁ ପାତ୍ର ନିଜର ସହଯୋଗୀଙ୍କ ସହ ବାଇକ୍ ଯୋଗେ ଯାଉଥିବା ସମୟରେ ପାଣିକୋଇଲି ଛକ ନିକଟରେ ଛିଡି ପଡିଥିବା ୧୧ କେଭି ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ବିଦ୍ୟୁତ୍ ଆଘାତରେ ଶାନ୍ତନୁଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ସହଯୋଗୀ ଜଣକ ଛିଟିକି ପଡି ଆହତ ହୋଇଥିଲେ। ଆହତଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବାବେଳେ ସ୍ଥାନୀୟ ଲୋକେ ନିମ୍ନମାନର ତାର ସଂଯୋଗ ହୋଇଥିବାରୁ ଏଭଳି ଅଘଟଣା ମନୁଷ୍ୟାକୃତ ବୋଲି ଅଭିଯୋଗ କରି ମୃତ ଶାନ୍ତନୁଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ମୁଖ୍ୟ ରାସ୍ତାକୁ ବନ୍ଦ କରି ରଖିଛନ୍ତି। ଏହାଫଳରେ ସକାଳୁ ଏପର୍ଯ୍ୟନ୍ତ ସମସ୍ତ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏବେ ଚାନ୍ଦବାଲିର ଏସ୍ଡିପିଓ ତରୁଣ କୁମାର ମିଶ୍ର, ଅତିରିକ୍ତ ତହସିଲଦାର ପ୍ରେମାଂଶୁ ଚାନ୍ଦ, ଆଇଆଇସି କମଳ ଲୋଚନ ଭୂୟାଁ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାରେ ବିଫଳ ହୋଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top