ବିଦୁ୍ୟତ୍ ଆଘାତରେ ୨ ଗୁରୁତର ଆହତ: ଅଭିଯୁକ୍ତ ଗିରଫ

ଯାଜପୁର-୧୨/୯(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ଧର୍ମଶାଳା ଥାନା ମଣିନାଥପୁର ଗ୍ରାମର ଦୁଇ ଭାଇ ଶନିବାର ଚାଷ ବିଲରେ ବିଦୁ୍ୟତ୍ ଆଘାତର ଶିକାର ହୋଇ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିସôିତ ହୋଇ କଟକସ୍ଥାନାନ୍ତରିତ ହୋଇଥିଲେ । ଚାଷ ବିଲରେ ବିଦୁ୍ୟତ୍ ତାର ବିଛେଇବା ଅଭିଯୋଗରେ ଧର୍ମଶାଳା ପୋଲିସ ଅଭିଯୁକ୍ତଗୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ମଣିନାଥପୁର ଗ୍ରାମର ମଧୁ ମଳିକ ତାର ଧାନ ବିଲରେ ଷଣ୍ଢ ଖାଇଯାଉଥିବାରୁ ବିଦୁ୍ୟତ୍ ତାର ସଂଯୋଗ କରିଥିଲେ । ମଣୀନାଥପୁର ଗ୍ରାମର ଗୋବିନ୍ଦ ମଳିକ(୪୫) ଓ ତାର ଭାଇ ବିଭୀଷଣ ମଳିକ (୩୫) ଶନିବାର ସନ୍ଧ୍ୟାରେ ବିଲକୁ ଯାଉଥିଲା ବେଳେ ବିଦୁ୍ୟତ୍ ଆଘାତରେ ସମ୍ମୁଖୀନ ହୋଇ ସଜ୍ଞାହୀନ ହୋଇପଡିଥିଲେ । ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ଦୁଇ ଭାଇଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏନେଇ ଧର୍ମଶାଳା ପୋଲିସ ୩୪୫/୧୭ରେ ଏକ କେଶ ରୁଜୁ କରି ତଦନ୍ତ କରି ଅଭିଯୁକ୍ତ ମଧୁକୁ ଗିରଫ କରି ଆଜି ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରିଛି ବୋଲି ପୋଲିସ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *