ଓଡ଼ିଶା

ବିଡେଡ଼ି ଶାସନରେ… ଶୁଣୁନାହିଁ ପ୍ରଶାସନ ଚିନ୍ନା ବାବୁଙ୍କ ଦୁଃଖ କାହାଣୀ

ରାୟଗଡା ତା-୩୦/୦୭/୨୦୧୮( ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ ) ଆଦିବାସୀ ଚିନ୍ନାବାବୁ ବହୁ ବର୍ଷ ଧରି ଆକୁଳ ହୋଇ କହି ଆସୁଥିଲେ ବି ତା’ ଦୁଃଖ ଶୁଣୁନାହିଁ ପ୍ରଶାସନ। ଥରକୁ ଥର କହିବାକୁ ଲାଜ ଲାଗୁଛି। ସେ ଯାହା ପାଖକୁ ଗଲେ ବି ତଥାକଥିତ ଆଜ୍ଞାମାନେ ଚୁପ୍ ବସିଛନ୍ତି। “ଦୁଃଖ ଜଣାଇ ଜିଲ୍ଲାପାଳଙ୍କୁ ଲେଖିକି ଦେଲି ଯେ ଘରଟିଏ ପାଇଁ ହେଲେ ମତେ ଖଣ୍ତେ ଚିରୁକୁଟି ଧରାଇ ଦେଇ କହିଲେ ତୁମକୁ କାନ୍ଧ ଉପରେ ଲାଉ କରି ଧରିଲେ ମଧ୍ୟ ବୁଦ୍ଧି ନାହିଁ କହି ଓଲଟା କହିଲେ। ମୁଁ ଭାଗ୍ୟକୁ ଆଦରି ଦୁଃଖରେ ଘରକୁ ଆସିଲି।” କଲ୍ୟାଣସିଂହପୁର ବିଡ଼ିଓଙ୍କ ପାଖକୁ ଯାଇଥିଲେ ମଧ୍ୟ ସେ ତା କଥା ଶୁଣିଲେ ନାହିଁ। ଗୋଡ଼ ଦୁଇଟି ସମ୍ପୂର୍ଣ୍ଣ ଅଚଳ। ଆତ୍ମୀୟ ସ୍ୱଜନ କେହି ବୋଲି କେହି ନାହାନ୍ତି। ପାଞ୍ଚହାତର କୁଡିଆ, ଯା ଛାତସାରା କଣାରେ ଭର୍ଭି, ତା’ରି ଭିତରେ ପଡିରହିଥାନ୍ତି ଚିନାବାବୁ। ଚନ୍ଦ୍ର ସୂର୍ଯ୍ୟ ଆଲୋକିତ କରୁଥିବା ଓ ବର୍ଷା ପାଣି ପଡୁଥିବା ସେଇ କୁଡିଆ, ମଣିଷ ଛାଡ, ପଶୁ ରହିବା ଯୋଗ୍ୟ ବି ନୁହେଁ। ପଲିଥିନ ଖଣ୍ତିଏ ସୁଦ୍ଧା ନାହିଁ। ଘରଟା ସାରା କାଦୁଅ ପଚପଚ। ଘର ବାଡ଼ିରେ ଯାହିତାହି ପାଇଖାନା କରିବା ବେଳେ ସେ ଦୁଇ ଖଣ୍ଡ ଖଣ୍ତିଆ ଟିଣ ଘର ଉପରେ ଯାହା ପକାଇଛନ୍ତି ବୋଲି ଗଣ୍ଡେ ଚାଉଳ ଫୁଟାଇ ଖାଇ ଯାହିତାହି ଜୀଇଛନ୍ତି। ଆପଣାର ଏତେ ଏତେ ଦୁଃସହ ଦୁଃଖ ପାଇଁ ଚିନ୍ନାବାବୁ ନାଁରେ ପରିଚିତ ଆଦିବାସୀ କାଡ୍ରାକା ସିନାମାଝୀଙ୍କ ଗାଁ ଲଟାଗୁଡା, ପଞ୍ଚାୟତ ପୂଜାରୀଗୁଡା, ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ। ନିଃସଙ୍ଗ ଚିନାବାବୁ ତଥାପି ଜୀଇଛନ୍ତି ତାଙ୍କ ପୋଲିଓ ଗ୍ରସ୍ତ ଦୁଇ ଗୋଡ ଭରସାରେ। ଦଦରା ଘର। ଚାରୋଟି ଇଟାରେ ଚୁଲି। ଗୋଟିଏ ନିହଣ, ବାର୍ସୀ ଓ କାଠର ରନ୍ଦାମରା ହତିଆର। ଶାରୀରିକ ସମସ୍ୟା ସହ ଯୁଝି ଚାଲିଥିବା ଚିନାବାବୁଙ୍କୁ ଏଯାବତ ମିଳିଥିବା ସରକାରୀ ସହାୟତା କହିଲେ ୮୦ ପ୍ରତିଶତ ଦିବ୍ୟାଙ୍ଗତା ଥିବା ପ୍ରମାଣପତ୍ର, ମାସିକ ଭତ୍ତା ୫ଶହ ଟଙ୍କା। ଆଗରୁ ମିଳିଥିଲା ଗୋଟିଏ ଟ୍ରାଇସାଇକେଲ ୨୦୧୫ ମସିହାରେ।

ସେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠର ଅଭିଯୋଗ ପଞ୍ଜିକରଣ ନଂମ୍ବର ୩୧୯୯ ତା-୨୭/୧୧/୨୦୧୭ ରେ ଅଭିଯୋଗ କରିଥିଲେ ଯେ ଆବାସ ଯୋଜନାରେ ସାମିଲ କରିବା ପାଇଁ। ସେ ଆବେଦନଟିକୁ ଜିଲ୍ଲାପାଳ କଲ୍ୟାଣସିଂହପୁର ବିଡ଼ିଓଙ୍କୁ ପ୍ରେରଣ କରିଥିଲେ। ବର୍ତ୍ତମାନ ସେ ଆବେଦନ ଗଲା କୁଆଡେ କଣ ହେଲା ସେ ଆବେଦନ ପତ୍ରର ପରକଥା, କେହି କହିପାରୁ ନାହାନ୍ତି। ଅସହାୟ ଚିନା ବାବୁ ଯାହା ବର୍ତ୍ତମାନ ବି ସାଇତି ରଖିଛନ୍ତି ଅଭିଯୋଗର ସେଇ ଚିରୁକୁଟି ଖଣ୍ଡକ। ଚାହିଁ ରହିଛନ୍ତି କେବେ ମିଳିବ ତାଙ୍କ ଭଳି ବାସହୀନକୁ ରହିବାକୁ ଘର ଖଣ୍ତିଏ। ତାଙ୍କ ପାଖକୁ କେତେ ଲୋକ ଆସୁଛନ୍ତି, ଭଲ ଭଲ କଥା କହି ଯାଉଛନ୍ତି, ଅଥଚ କେହି ବି ସହଯୋଗ କରୁନାହାନ୍ତି ବୋଲି କାନ୍ଦକାନ୍ଦ ହୋଇ କହନ୍ତି ଚିନ୍ନାବାବୁ। ତେବେ ତାଙ୍କ ଘରକୁ ଥରେ ଆଉ ଜଣେ ଦିବ୍ୟାଙ୍ଗ ବାବୁ ଆସିଥିଲେ। ନିଜକୁ ଜିଲ୍ଲାର ଦିବ୍ୟାଙ୍ଗ ମାନଙ୍କ ସେକ୍ରେଟେରୀ ବୋଲି ଜଣାଇଲେ। ତମ ଅସୁବିଧା ଜିଲ୍ଲାପାଳଙ୍କୁ ଜଣାଇ ତମ ସମସ୍ୟା ସମାଧାନ କରିଦେବି କହି କେତେ ଗୁଡିଏ ଫୋଟ ଉଠାଇ ଚାଲିଗଲେ। ସେ ବାବୁଙ୍କ ନାମ ସେ ପଚାରି ନାହାନ୍ତି। ସେ କଣ ଜାଣିଥିଲେ ଯେ ସେ ବି ତାଙ୍କୁ ନେଇ ଖେଳିବାକୁ ସହାୟତା ବାହାନାରେ ଆସିଛନ୍ତି ବୋଲି। କାରଣ ସେ ପାରିବାର ବାବୁ ଜଣକ ମଧ୍ୟ ଆଜିଯାଏ ଆଉ ଆସୁନାହାନ୍ତି ବୋଲି କ୍ଷୋଭଭରା କଣ୍ଠରେ କହନ୍ତି ଚିନାବାବୁ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜିଲ୍ଲାରେ ବିଭିନ୍ନ ବୈଠକରେ ଫଟୋ ପୋଜ ଦେଇ ମିଡିଆରେ ନାମ ବାହାର କରିବାରେ ମାତିଥିବା ଦିବ୍ୟାଙ୍ଗ ସଂଘ ସମ୍ପାଦକ ନିଜେ ଜିଲ୍ଲାପାଳଙ୍କୁ ଢାଲ ବନେଇ ନା ଜିଲ୍ଲାପାଳ ଜାଣିଶୁଣି ଦିବ୍ୟାଙ୍ଗଙ୍କ ପ୍ରତି ଅଣଦେଖା କରିବାର ଘୃଣ୍ୟ ମାଧ୍ୟମ ପାଲଟିଥିବା ସର୍ବସାଧାରଣଙ୍କ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏକଥା ବହୁ ଦିବ୍ୟାଙ୍ଗଙ୍କୁ ବ୍ୟଥିତ କରୁଚି। ଦିବ୍ୟାଙ୍ଗଙ୍କୁ ନେଇ ଅଯଥା ରାଜନୀତି ସୃଷ୍ଟି କରୁଥିବା ଏଭଳି ପ୍ରକୃତିର ଲୋକଙ୍କୁ ଦିବ୍ୟାଙ୍ଗଙ୍କ କଥାଠୁ ଦୂରେଇ ରଖିବା ଜରୁରୀ ବୋଲି ମତ ପ୍ରକାଶ ପାଇଛି। ରାୟଗଡା ଜିଲ୍ଲାକୁ ଦିବ୍ଯାଙ୍ଗଙ୍କ ଥଇଥାନ କରିବା ପାଇଁ ରାଜ୍ୟରେ କେମିତି ପ୍ରଥମ ବୋଲି ପୁରସ୍କୃତ କରାଯାଇଛି କେଜାଣି ଓ ପ୍ରକୃତରେ କେତେଜଣ ଦିବ୍ୟାଙ୍ଗଙ୍କୁ କିଭଳି ଥଇଥାନ ହୋଇଛି ନା ବୋଲକରାଙ୍କ ଦ୍ୱାରା ମିଥ୍ୟା ତଥ୍ୟ ଦେଇ ରାଜ୍ୟ ସରକାରଙ୍କୁ ବି ପୁରସ୍କାର ଆଶାରେ ବୋକା ବନାଯାଇଛି, ସେ ନେଇ ପୁନର୍ବାର ଅନୁସନ୍ଧାନ ନ ହେଲେ ଦିବ୍ୟାଙ୍ଗଙ୍କୁ କଣ୍ଢେଇ ବନେଇ ମିଥ୍ୟା ପ୍ରଶଂସା ପାଇଁ ବିକଳ ପ୍ରଶାସନ ଓ ହାତବାରିସିଙ୍କ ଏ ଘୃଣ୍ୟ ଖେଳ ଏମିତି ଚାଲିଥିବ। ଆଶ୍ୱସ୍ତିର କଥା ଯେଏହି ବିଷୟରେ କଲ୍ଯାଣସିଂହପୁର ବିଡ଼ିଓ ଅନୁପ ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ ଆମ କାର୍ଯ୍ଯାଳୟ ତରଫରୁ ସ୍ବତନ୍ତ୍ର ବିଜୁ ପକ୍କା ଘର ଯୋଜନାରେ ସାମିଲ କରିବା ପାଇଁ ଚିଠି ନମ୍ବର ୬୪୬/୧୮ ତା-୦୫/୦୪/୨୦୧୮ ରିଖରେ ପ୍ରକଳ୍ପ ନିର୍ଦ୍ଦେଶ ଗ୍ରାମ୍ଯ ଉନ୍ନୟନ ସଂସ୍ଥା ରାୟଗଡ଼ା ଓ ଏହାର ନକଲ ମେମୋ ନଂମ୍ବର ୬୪୭/୧୮ତା-୦୫/୦୪/୨୦୧୮ରିଖରେ ଜିଲ୍ଲାପାଳ ରାୟଗଡାଙ୍କୁ ଦିଆଯାଇଛି। ଏହି ବିଷୟରେ ପିଡି ଡିଆରଡିଏ ସୁକାନ୍ତ ତ୍ରୀପାଠି କହିଛନ୍ତି ଯେ କାଡ୍ରାକା ସିନାମାଝି (ଚିନ୍ନାବାବୁ)ଙ୍କୁ ତୁରନ୍ତ ଘର ଯୋଗାଇ ଦିଆଯିବ। ତେବେ, କେବେ ? କହିବା ସତ୍ତ୍ବେ ବି ଚୁପ୍ ବସିଛି ଜିଲ୍ଲା ପ୍ରଶାସନ। ଘର ଖଣ୍ଡିଏ ପାଇବାକୁ ତାଙ୍କୁ ଆଉ କେତେକାଳ ଏମିତି ମଣିଷ ସୃଷ୍ଟ ଯନ୍ତ୍ରଣାର ଚକ୍ରବ୍ୟୂହ ମଧ୍ୟରେ ସନ୍ତାପିତ କରିଚାଲିଥିବ ନିଷ୍ଠୁରପଣର ସବୁସୀମା ଲଙ୍ଘି ସାରି ତଥାପି ନିର୍ଲଜ ଭାବେ ନିଜ ଢୋଲ ନିଜେ ଓ ନିଜ ଚେଲାଚାମୁଣ୍ଡାଙ୍କୁ ଲଗାଇ ବଜାଇ ଚାଲିଥିବା ପ୍ରଶାସନ ? ଇଏ ହିଁ ବଡ ପ୍ରଶ୍ନବାଚୀ !!

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top