ଅପରାଧ

ବିଡିଓଙ୍କୁ ଅସଭ୍ୟ ଭାଷା ପ୍ରୟୋଗ କରି ଗାଳିଗୁଲଜ କରିଥିବାକୁ ନେଇ ପଣ୍ଡାପଡା ଥାନାରେ ଅଭିଯୋଗ

ହରିଚନ୍ଦନପୁର, ତା୨୧ ଅଗଷ୍ଟ (ଓଡିଆ ପୁଅ/ପ୍ରେମାନନ୍ଦ ଦାସ) ହରିଚନ୍ଦନପୁର ବିଡିଓ ଡଃ ବିଜୟାନନ୍ଦ ସେଠୀ ଓ ଭିଏଲଡବ୍ଲୁଙ୍କୁ ଅସଭ୍ୟ ଭାଷାରେ ପ୍ରୟୋଗ କରି ଗାଳିଗୁଲଜ କରିଥିବାକୁ ନେଇ ପଣ୍ଡାପଡା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ ବିଡିଓ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ହୁଣ୍ଡା ଗ୍ରାମ ପଞ୍ଚାୟତର ବାଲିଦାଣ୍ଡ ଗ୍ରାମର ନୂଆସାହି ନିକଟରେ ମଙ୍ଗଳ ବାର ଦିନ ଗାଳିଗୁଲଜ କରିଥିବାର ପଣ୍ଡାପଡା ଥାନାରେ ଅଭିଯୋଗ କରିଥିବାର ଜଣାପଡିଛି। ବିଡିଓ ଉକ୍ତ ଗ୍ରାମକୁ ବିଜୁ ପକାଘର କାମର ତଦାରଖ କରିବା ନିମନ୍ତେ ଯାଇଥିଲେ। ତଦାରଖ କାର୍ଯ୍ୟ କରୁଥିବା ସମୟରେ ଗ୍ରାମର ପ୍ରସନ୍ନ ନାଏକ ନୂଆସାହିର ରାସ୍ତା ଶୋଚନୀୟ ହେଇଯିବାକୁ ନେଇ ବିଡିଓଙ୍କୁ ଗାଳିଗୁଲଜ କରିଥିବାର ଜଣାପଡିଛି। ଗ୍ରାମବାସୀଙ୍କ କହିବା ଅନୁସାରେ ବାଲିଦାଣ୍ଡ ଗ୍ରାମ ଠାରୁ ନୂଆ ସାହିର ରାସ୍ତା ଆଜ ଅନେକ ବର୍ଷ ହେବ ଅତି ଶୋଚନୀୟ ହୋଇଯାଇଛି ତାହାକୁ ନେଇ ଅନେକ ଦିନ ପୂର୍ବରୁ ବ୍ଲକକୁ ଆସି ବାରବାମ୍ବା ବିଡିଓଙ୍କ ପାଖରେ ଅଭିଯୋଗ କରିଆସୁଥିଲେ। କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ରାସ୍ତା ମରାମତି କରାନଯିବାକୁ ନେଇ ଗ୍ରାମର ଲୋକମାନେ ବିଡିଓଙ୍କୁ ଦେଖି ଉତ୍ୟକ୍ତ ହୋଇପଡିଥିଲେ। ପରେ ପରେ ପ୍ରସନ୍ନ ଯାଇ ବିଡିଓଙ୍କୁ ରାସ୍ତା ମରାମତି କରିବା ବାବଦରେ ପଚାରିଥିଲେ ବିଡିଓଙ୍କ ଉତରକୁ ନେଇ ପ୍ରସନ୍ନ ରାଗି ଯାଇ ବିଡିଓଙ୍କ ସହ ଖରାପ ବ୍ୟବହାର କରିବା ସହ ଗାଳିଗୁଲଜ କରିଥିବାର ଜଣାପଡିଛି। ଗାଲିଗୁଲଜ କରିବାର ଦେଖି ବିଡିଓ ଘଟଣାସ୍ଥଳରୁ ସଙ୍ଗେ ସଙ୍ଗେ ପଳାଇ ଆସି ପଣ୍ଡାପଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିର୍ତି କରି ପଣ୍ଡାପଡା ଥାନାର ଅଧିକାରିଣୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପ୍ରସନ୍ନକୁ ଗିରଫ କରିବାକୁ ଉଦ୍ୟମ ଚଳାଥିବାର ଜଣାପଡିଛି। ବର୍ତମାନ ବିଡିଓ ଓ ଭିଏଲଡବ୍ଲୁ ଘଟଣା ବାବଦରେ କେନ୍ଦୁଝର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନେଇ କେନ୍ଦୁଝର ଅଭିମୁଖେ ଯାଇଥିବାର ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top