ବିଡିଓଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ଓ ମାଡ ମାରିବା ଘଟଣାରେ ଯୁବକକୁ ଗିରଫ ଦାବିରେ ଜିଆରଏସ ଓ ବ୍ଲକ କର୍ମଚାରୀଙ୍କ ବ୍ଲକ ସମ୍ମୁଖରେ ଧାରଣା

ହରିଚନ୍ଦନପୁର,ତା ୨୩ ଅଗଷ୍ଟ (ଓଡିଆ ପୁଅ/ପ୍ରେମାନନ୍ଦ ଦାସ) ବିଡିଓଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରିବା ଘଟଣାର ୪୮ ଘଣ୍ଟା ବିତିଯାଇଥିବା ସତ୍ୱେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିନଥିବାକୁ ନେଇ ଶତାଧିକ ଜିଆରଏସ କର୍ମଚାରୀ ସ୍ଥାନୀୟ ବ୍ଲକ ସମ୍ମୁଖରେ ଗୁରୁବାର ଦିନ ଧାରଣାରେ ବସିଥିଲେ । ସୂଚନା ଅନୁଯାୟୀ ସ୍ଥାନୀୟ ବିଡିଓ ବିଜୟାନନ୍ଦ ସେଠୀ ଗତ ମଙ୍ଗଳବାର ଦିନ ହୁଣ୍ଡା ଗ୍ରାମପଞ୍ଚାୟତରେ ବିଜୁ ପକ୍କାଘର ତଦାରଖ କାର୍ଯ୍ୟ ଚଳାଇଥିବା ସମଯରେ ଗ୍ରାମର ପ୍ରସନ୍ନ ନାଏକ ନାମକ ଜଣେ ବ୍ୟକ୍ତି ବିଡିଓଙ୍କ ସହ ଖରାପ ବ୍ୟବହାର କରିବା ସହ ମାଡ ମାରିଥିବାର ପଣ୍ଡାପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାହାକୁ ନେଇ ହରିଚନ୍ଦନପୁର ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ସମସ୍ତ ଗ୍ରାମପଞ୍ଚାୟତ ମାନଙ୍କର ଜିଆରଏସ କର୍ମଚାରୀମାନେ କଲମ ଛାଡ ଆନ୍ଦୋଳନ ଆନ୍ଦୋଳନ କରିଛନ୍ତି । ଏହି ଅନ୍ଦୋଳନକୁ ସ୍ଥାନୀୟ ଲୋକ ପ୍ରତିନିଧିମାନେ ମଧ୍ୟ ସମର୍ଥନ କରିଛନ୍ତି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଏହି ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *