କେନ୍ଦୁଝର, ୨୫.୮.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ରେ ବିଡିଓ ଙ୍କର ଦବଙ୍ଗଗିରୀ ଭିଡିଓ ଭାଇରାଲ ହୋଇଛି। ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା କହିବାରୁ ଠଙ୍ଗାଧରି ଗୋଡାଉଛନ୍ତିା। ଏପଟେ ସୁରକ୍ଷା ଦେବାକୁ ସଙ୍ଘ ଅଟାଂ ଭିଡିଥିବା ଅଭିଯୋଗ ଆସିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝରର ହରିଚନ୍ଦନପୁର ବ୍ଲକରେ। ଗତ ୨୧ ତାରିଖ ଦିନ ହରିଚନ୍ଦନପୁର ବ୍ଳକର ବିଡିଓ ବିଜୟାନନ୍ଦ ସେଠୀ ହୁଣ୍ଡା ଗାଁ କୁ କ୍ଷେତ୍ର ପରିଦର୍ଶନରେ ଯାଇଥିବା ବେଳେ, ଜନୈକ ବ୍ୟକ୍ତଙ୍କ ଆକ୍ରମଣର ଶୀକାର ହୋଇଥବା ସଂପର୍କରେ ତାଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଆକ୍ରମଣର ୨୪ ଘଣ୍ଟା ପରେ ମଧ୍ୟ ଆକ୍ରମଣକାରୀ ଗିରଫ କରା ନ ଯିବା ପ୍ରତିବାଦରେ କେନ୍ଦୁଝର ଓ.ଏସ୍. ସଂଘ ତୁମ୍ପି ତୋଫାନ କରିବା ସହ ପ୍ରତିବାଦକୁ ଯୋରଦାର କରବାକୁ କହି ଶନିବାର ଠାରୁ ଜିଲ୍ଲା ର ସମସ୍ତ ଓ.ଏ.ଏସ୍ ଅଧିକାରୀମାନେ କଳା ବ୍ୟାଚ ପିନ୍ଧିଛନ୍ତି। ସେପଟେ ହରିଚନ୍ଦନପୁର ବ୍ଲକର କର୍ମଚାରୀମାନେ ମଧ୍ୟ କଲମ ଛାଡ ଆନ୍ଦୋଳନ ଚଳାଇଛନ୍ତି। ଏବଂ ଠିକ ଏତିକି ବେଳେ ସୋସିଆଲ ମିଡିଆରେ ଏକ ଦୃଶ୍ୟ ଭାଇରାଲ ହୋଇଛି ଜଣେ ବ୍ୟକ୍ତି କୌଣସି ଏକ ବିଷୟରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା କହୁଥିବା ବେଳେ ସଂପୃକ୍ତ ବିଡିଓ ଠେଙ୍ଗାରେ ତାଙ୍କୁ ପିଟିବାର ଉପକ୍ରମର କରୁଥିବାର ଦୃଶ୍ୟ ରହିଛି। ବିଡିଓ ଙ୍କ ଆକ୍ରମଣକାରୀର ଗିରଫ ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିବା ଓ.ଏ.ଏସ ସଂଘର ନେତୃତ୍ୱ ନେଉଥିବା ସଂଘ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳଙ୍କୁ ଭକ୍ତ ଚରଣ ପ୍ରଧାନଙ୍କୁ ଅଧିକାରୀ ମାନଙ୍କର କଳାବ୍ୟାଚ ପିନ୍ଧିବା କାରଣ ସଂପର୍କରେ ପଚାରିବାରେ ଆନ୍ଦୋଳନର ଯଥାର୍ଥକୁ ପ୍ରତିପାଦିତ କରିବାରେ କୌଣିସି ଗୋଟିଏ ବି ବିନ୍ଦୁ ଛାଡି ନ ଥିଲେ। କିନ୍ତୁ ଭାଇରାଲ ଭିଡିଓ ସଂପର୍କରେ ତାଙ୍କର ଦୃଷ୍ଟି ଆକର୍ଷଣ ପରେ ଆଶ୍ଚର୍ଯ୍ୟ ଭାବେ ତାଙ୍କ ଚେହେରା ସଂପୂର୍ଣ୍ଣ ବଦଳି ଯାଇଥିବା ଲକ୍ଷ୍ୟ କରାଯାଇଥିବା ବେଳେ ସେ ସଂପର୍କରେ କୌଣସି ପ୍ରତିକ୍ରିୟା ସେ ସିଧାସଳଖ ମନା କରି ପଳାଇ ଯାଇଥିଲେ। ତେବେ ସଂଘ ସଭାପତି, ସଦସ୍ୟଙ୍କ ର ସୁରକ୍ଷା ପାଇିଁ ପଦବୀର ଅପବ୍ୟବହାର କରୁଥିବା ଯଦି ଅଭିଯୋଗ ଆସେ ତେବେ ଭୁଲ ରହିଲା କେଉିଁଠି ? ଏହା ଏବେ ଅନେକଙ୍କର ପ୍ରଶ୍ନ। ତେବେ ଉତର ଦେବ କିଏ ?
