ଜିଲ୍ଲା ପରିକ୍ରମା

ବିଜୟକୃଷ୍ଣ ସ୍ମୃତିପ୍ରଦାନ ସମାରୋହ

ପୁରୀ, ୨୫/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ବ୍ରମୋତ୍ରୀ ବିଜୟକୃଷ୍ଣ ସ୍ମୃତି ସଂସଦ ଆନୁକଲ୍ୟରେ ବ୍ରମେତ୍ରୀ ବିଜୟକୃଷ୍ଣ ସ୍ମୃତି ସମ୍ମାନ ପ୍ରଦାନ ସମାରୋହ ନାୟଜ ପ୍ଲାଜା ସମ୍ମଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ଅମରେଶ ପଟ୍ଟନାୟକଙ୍କ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ କବିତା ପଟ୍ଟନାୟକଙ୍କୁ ବ୍ରମୋତ୍ରୀ ସ୍ମୃତି ସମ୍ମାନ ଓ କଥାଶିଳ୍ପୀ ବିଜୟ କୃଷ୍ଣ ସିଂଙ୍କୁ ବିଜୟ କୃଷ୍ଣ ସ୍ମୃତି ସମ୍ମାାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଡଃ କଲ୍ୟାଣୀନନ୍ଦୀ, ମମତା ଦାସ ମାନପତ୍ର ପାଠ କରିଥିଲେ। ସମାରୋହରେ ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ମାନ ପ୍ରଦାନ କରିବା ସହ ସ୍ମୃତିଚାରଣ କରିଥିଲେ। ସମ୍ବର୍ଦ୍ଧିତ ପ୍ରତିଭା ଦ୍ୱାରା ବ୍ରମୋତ୍ରୀ ବିଜୟକୃଷ୍ଣଙ୍କ ଜୀବନି ଓ ଗୁଣାବଳୀକୁ ନେଇ ବକୃତା ପ୍ରଦାନ କରିଥିଲେ। ଯୁଗ୍ମ ସଂପାଦକ ଶ୍ୟାମପ୍ରକାଶ ସେନାପତି ସ୍ୱାଗତ ଭାଷଣ କରିଥିବା ବେଳେ ସଂପାଦକ କବି ସୁରେଶ ମିଶ୍ର ବିବରଣୀ ପାଠ କରିଥିଲେ। ପ୍ରାରମ୍ଭରେ ଦୟାନିଧୀ ପଣ୍ଡା ବେଦ ପାଠ କରିଥିଲେ। ଆବାହକ ଶିବ ସୁନ୍ଦର ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ସଦାଶିବ ମିଶ୍ର ସ୍ମୃତିଚାରଣ କରିଥିଲେ। କବି ଦ୍ୱିଲ୍ଲୀପ ସ୍ୱାଇଁ ବ୍ରମୋତ୍ରୀରଙ୍କ କବିତା ପାଠ କରିଥିବା ବେଳେ ଗାଳ୍ପିକା ସୁକାନ୍ତି ନନ୍ଦ ବିଜୟକୃଷ୍ଣଙ୍କ ଗଳ୍ପ ପାଠ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top