ବିଜ୍ଞାନ ଶିକ୍ଷକ ସୁଧାମୟ ମହାକୁଡ଼ଙ୍କ ଅକାଳ ବିୟୋଗ

ବୈାଦ୍ଧ, ୧୨ା୦୬(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଜିଲା ତାଳସରଡ଼ା ଗ୍ରାମ ପଂଚାୟତ ଅନ୍ତର୍ଗତ ସଂଗ୍ରାମପୁର ପଂଚାୟତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ବିଜ୍ଞାନ ଶିକ୍ଷକ ସୁଧାମୟ ମହାକୁଡ଼ଙ୍କ ହୃଦଘାତରେ ପରଲୋକ ହୋଇଯାଇଥିବା ଜଣାପଡ଼ିଛି। ସେ ଜଣେ ସଚ୍ଚୋଟ, କର୍ତବ୍ୟପରାୟଣ ଓ ଆଦର୍ଶ ଶିକ୍ଷକଭାବେ ଖ୍ୟାତି ଅର୍ଜନ କରିଥିଲେ। ସେ ଜିଲାରୁ ବିଜ୍ଞାନ ଶିକ୍ଷକ ହିସାବରେ କଲକତାରେ ହୋଇଥିବା ପୂର୍ବାଂଚଳ ଯୋନ ସ୍ତରୀୟ ବିଜ୍ଞାନ ମେଳାରେ ଯୋଗଦେଇ ବେଷ୍ଟ ଗାଇଡ଼୍ ଟିଚର ହିସାବରେ ସମ୍ମାନିତ ହୋଇଥିଲେ। ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ବିଦ୍ୟାର୍ଥୀ ତଥା ଅଭିଭାବକ ଏବଂ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନେ ଗଭୀର ଶୋକ ପ୍ରକାଶ କରିବା ସଙ୍ଗେ ସଙ୍ଗେ ତାଙ୍କର ଆତ୍ମାର ସଦ୍ଗତି କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *