ଆନ୍ତର୍ଜାତୀୟ

ବିଜ୍ଞାନ ପ୍ରଯୁକ୍ତି ଓ ଉଦ୍ଭାବନ କ୍ଷେତ୍ରରେ ଭାରତ-ଡେନମାର୍କ ସହଯୋଗ ବୁଝାମଣା ସମ୍ପର୍କରେ ଅବଗତ ହେଲେ କ୍ୟାବିନେଟ

ନୂଆ ଦିଲ୍ଲୀ ୨୮-୬ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବିଜ୍ଞାନ ପ୍ରଯୁକ୍ତି ଏବଂ ଉଦ୍ଭାବନ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ଡେନମାର୍କ ମଧ୍ୟରେ ହୋଇଥିବା ବୁଝାମଣାପତ୍ର ବିଷୟରେ ଅବଗତ ହୋଇଥିଲେ।

ଭାରତ ଏବଂ ଡେନମାର୍କ ମଧ୍ୟରେ ବିଜ୍ଞାନ ପ୍ରଯୁକ୍ତି ଏବଂ ଉଦ୍ଭାବନ କ୍ଷେତ୍ରରେ ସହଯୋଗ ଲାଗି ଏକ ବ୍ୟବସ୍ଥା ଉପରେ ୨୨ ମେ, ୨୦୧୮ରେ ସ୍ୱାକ୍ଷର କରାଯାଇଥିଲା। ଯାହାଦ୍ୱାରା ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଉଭୟ ଦେଶର ସମ୍ପର୍କ ଏକ ଐତିହାସିକ ମୋଡ଼ରେ ପହଁଚିଯାଇଛି।

ଏହାଦ୍ୱାରା ଉଭୟ ଦେଶର ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଲାଗି ଏକ ନୂତନ ଅଧ୍ୟାୟ ଖୋଲିବ, କାରଣ ଉଭୟ ପକ୍ଷ ଏବେ ବିଜ୍ଞାନ, ପ୍ରଯୁକ୍ତି ଏବଂ ଉଦ୍ଭାବନ କ୍ଷେତ୍ରରେ ପାରସ୍ପରିକ ସହଯୋଗକୁ ପ୍ରୋତ୍ସାହନ ଦେବା ଲାଗି ପରସ୍ପରର ଲାଭକାରୀ କ୍ଷମତାର ଫାଇଦା ଉଠାଇପାରିବେ। ବିଜ୍ଞାନ, ପ୍ରଯୁକ୍ତି ଏବଂ ଉଦ୍ଭାବନ କ୍ଷେତ୍ରରେ ଆପୋସ ସ୍ୱାର୍ଥ ଜଡ଼ିତ ପ୍ରସଙ୍ଗ ଉପରେ ଭାରତ ଏବଂ ଡେନମାର୍କ ମଧ୍ୟରେ ସହଯୋଗ ସୁନିଶ୍ଚିତ କରିବା ଏବଂ ଏହାକୁ ପ୍ରୋତ୍ସାହିତ ତଥା ବିକଶିତ କରିବା ଏହି ବ୍ୟବସ୍ଥାର ଉଦ୍ଦେଶ୍ୟ। ଏହାର ହିତାଧିକାରୀଙ୍କ ମଧ୍ୟରେ ଭାରତ ଏବଂ ଡେନମାର୍କର ବିଜ୍ଞାନ ସଂସ୍ଥାନ, ଶିକ୍ଷାବିତ, ଗବେଷଣା ଏବଂ ବିକାଶ (ଆରଏଣ୍ଡଡି) ଗବେଷଣାଗାର ଏବଂ କମ୍ପାନୀଗୁଡ଼ିକର ଗବେଷକ ସାମିଲ ରହିବେ। ତତକାଳୀନ ସହଯୋଗ ଲାଗି ସମ୍ଭାବ୍ୟ କ୍ଷେତ୍ର ରୂପରେ ଅକ୍ଷୟ ଶକ୍ତି, ଜଳ, ପଦାର୍ଥ ବିଜ୍ଞାନ, ସୁଲଭ ସ୍ୱାସ୍ଥ୍ୟସେବା, କୃତ୍ରିମ ଜୀବ ବିଜ୍ଞାନ, ଫଙ୍କସନାଲ ଫୁଡ ଏବଂ ସାମୁଦ୍ରିକ ଅର୍ଥବ୍ୟବସ୍ଥା ସାମିଲ ରହିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top