ଓଡ଼ିଶା

ବିଜେଡ଼ି ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର ୧୮.୭.୨୦୧୮ (ଓଡ଼ିଆ ପୁଅ) ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲା ପାଇଁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପର୍ଯ୍ୟବେକ୍ଷକ, ଅନ୍ୟ ଜିଲ୍ଲା ପାଇଁ ସହ-ପର୍ଯ୍ୟବେକ୍ଷକ ଏବଂ ଜଣେ ରାଜ୍ୟ ସଂପାଦକଙ୍କୁ ନିଯୁକ୍ତି ଦେଇଛନ୍ତି। କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀ ପାଇଁ ଶ୍ରୀ ସଂଗ୍ରାମ କେଶରୀ ପାଇକରାୟ, ପାଟଣା ନିର୍ବାଚନ ମଣ୍ଡଳୀ ପାଇଁ ମେୟର ଶ୍ରୀ ଅନନ୍ତ ନାରାୟଣ ଜେନା, ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ପାଇଁ ଶ୍ରୀ ଅଶୋକ ବଳ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଶ୍ରୀ ଦୀପକ ଦାସଙ୍କୁ ନିଯୁକ୍ତ କରିଛନ୍ତି। ସେହିପରି କୋରାପୁଟ ଜିଲ୍ଲାର ସହ-ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ଭଗବାନ ଗନ୍ତାୟତ, ମାଲକାନଗିରି ଜିଲ୍ଲାର ସହ-ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ସୁଧୀର ଷଡ଼ଙ୍ଗୀଙ୍କୁ ମନୋନୀତ କରିଥିବା ବେଳେ ରାଜ୍ୟ ସଂପାଦକ ଭାବେ ଶ୍ରୀ ଟି. ଗୋପୀଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ଦଳର ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‌ ଇସ୍ତାହାରରେ ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top