ବିଜେଡ଼ି ଆଇନ୍ଜୀବି ସାମୁଖ୍ୟର ଆଇନ୍ଜୀବି ଦିବସ ପାଳିତ

ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲା ବିଜୁଜନତାଦଳ ଆଇନଜୀବି ସାମୁଖ୍ୟ ପକ୍ଷରୁ ଉତ୍କଳଗୌରବ ମଧୁସୁଦନ ଦାସଙ୍କ ୧୭୧ତମ ଜୟନ୍ତୀ ତଥା ଆଇନ୍ଜୀବି ଦିବସ ୨୦୧୮ ଜିଲ୍ଲାମୁଖ୍ୟାଳୟରେ ଆଜି ପାଳିତ ହୋଇଯାଇଛି। ବିଜେଡ଼ି ଆଇନ୍ଜୀବି ସାମୁଖ୍ୟର ଜିଲ୍ଳାଆବାହକ ପବନ କୁମାର ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉପରୋକ୍ତ ଦିବସରେ ମୁଖ୍ୟ ଅତିଥିଭାବେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ, ଆଇନ, ୍ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ କୁମାର ଜେନା ଯୋଗଦେଇ ଆଇନ୍ଜୀବିମାନେ ତଥା ଓଡ଼ିଶାର ନାଗରିକ ମାନେ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ। ଏଥିସହ ଆଜି ଦିନରେ ଆଇନ୍ଜୀବି ମାନଙ୍କର ସମସ୍ୟା ଓ ତାହାର ସମାଧାନ ପାଇଁ ପ୍ରଚେଷ୍ଟା ସମ୍ପର୍କରେ ସୂଚନା ଦେଇଥିଲେ। ଭଦ୍ରକ ଟାଉନ୍ ହଲ ଠାରେ ଅନୁଷ୍ଠିତ ଉକ୍ତ ମଧୁଜୟନ୍ତୀ ଉତ୍ସବରେ ସାଂସଦ ଅର୍ଜ୍ଜୁନ ଚରଣ ସେଠୀ, ବିଧାୟକ ଯୁଗଳ କିଶୋର ପଟ୍ଟନାୟକ, ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଜେଡ଼ି ଆଇନ୍ଜୀବି ସାମୁଖ୍ୟର ରାଜ୍ୟ ଆବାହକ ମିଲନ୍ କାନୁନ୍ଗୋ, ପରାମର୍ଶଦାତା ଅସୀମ ଅମିତାଭ ଦାଶ, ଭଦ୍ରକର ପୌରପାଳ ମାନସ କୁମାର ମହାନ୍ତି, ଜିଲ୍ଲା ବିଜେଡ଼ିର ଉପସଭାପତି ଅଶିତ୍ ପଟ୍ଟନାୟକ ପ୍ରମୁଖ ସମ୍ମାନ୍ନିତ ଅତିଥି ଭାବେ ଯୋଗଦେଇ ଆଇନ୍ଜୀବି ଦିବସର ଗୁରୁତ୍ୱ ତଥା ଓଡ଼ିଶାର ପ୍ରଥମ ଆଇନ୍ଜୀବି ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ସ୍ୱତନ୍ତ୍ର ଭାଷା ଭିତ୍ତିକ ଓଡ଼ିଶା ରାଜ୍ୟ ଗଠନ ଏବଂ ସମାଜସେବା କ୍ଷେତ୍ରରେ ଥିବା ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଆଇନ୍ଜୀବି ଦିବସ ୨୦୧୮ ଉପଲକ୍ଷେ ଜିଲ୍ଲାର ବରିଷ୍ଠ ସୁନାମଧନ୍ୟ ଆଇନ୍ଜୀବିଗଣ ଯଥା -ଯତୀନ୍ଦ୍ର ମୋହନ ଦାସ, ନିରାକାର ଜେନା, ବସନ୍ତ କୁମାର ମହାନ୍ତି, ଉପେନ୍ଦ୍ର କୁମାର ସ୍ୱାଇଁ ଏବଂ ଯୁଗଳ କିଶୋର ଦାସଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ଏହି ଜିଲ୍ଳାସ୍ତରୀୟ ଆଇନ୍ଜୀବି ସମ୍ମିଳନୀରେ ପବ୍ଲିକ ପ୍ରସିକ୍ୟୁଟର ବଟକୃଷ୍ଣ ଦାସ, ନନ୍ଦଲାଲ ପଟ୍ଟନାୟକ, ଯତିକାନ୍ତ ନାୟକ, ଅମର ବାରିକ ପ୍ରମୁଖଙ୍କ ସମେତ ଜିଲ୍ଳାର ଶତାଧିକ ଆଇନ୍ଜୀବି ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *