ad
ଓଡ଼ିଶା

ବିଜେଡ଼ିରେ ଗୋଷ୍ଠି କନ୍ଦଳ : ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଭଙ୍ଗାରୁଜା

ମୟୁରଭଞ୍ଜ ୧-୧ (ଓଡ଼ିଆ ପୁଅ/ସନ୍ତୋଷ ବରଜ) ନବବର୍ଷ ୨୦୧୯ ଆସୁ ଆସୁ ମୟୁରଭଞ୍ଜଜ ଜିଲ୍ଲା ବିଜୁ ଜନତା ଦଳରେ ଦେଖା ଦେଇଛି ଘୋର ଗୋଷ୍ଠୀ କନ୍ଦଳ। ଶାସକ ଦଳର କିଛି ଅସନ୍ତୁଷ୍ଟ କର୍ମକର୍ତ୍ତା ବିଳମ୍ବିତ ରାତ୍ରିରେ ବାରିପଦା ମୁନିସିପାଲଟିର ଉପନଗରପାଳ ଜିତେନ୍ଦ୍ର ମହାନ୍ତିଙ୍କ ଘର ଉପରକୁ ଢେଲା ମାଡ କରିବା ସହ ତାଙ୍କ ସ୍କୋର୍ପିଓ ଗାଡିଟିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ତା ସହ ମୟୁରଭଞ୍ଜ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଥିବା ଟିଭି, ଏସି ଓ ଅନ୍ୟାନ୍ୟ ଆସବାବପତ୍ରକୁ ଭଙ୍ଗାରୁଜା କରିଥିଲେ।

ଏହି ଘଟଣାକୁ ନେଇ ବାରିପଦା ଟାଉନ ଥାନାରେ ବିଶ୍ୱନାଥ ମହାନ୍ତି ଓ ଶୈଳେନ୍ଦ୍ର କୁମାର ପାତ୍ର ଦୁଇଟି ପୃଥକ ଲିଖିତ ଅଭିଯୋଗ କରିଥିଲେ। ଏ ବାବଦକୁ ପୋଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଅପରପକ୍ଷେ ଦଳୀୟ କର୍ମୀ ହୋଇ ଏପରି ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ମୟୁରଭଂଜ ଜିଲ୍ଲା ଛାତ୍ର ଜନତା ଦଳର ସଭାପତି ଅଭୟ ସିଂ ସମ୍ପୃକ୍ତ ଯୁବକକୁ ଦଳରୁ ବହିଷ୍କାର କରିଛନ୍ତି। ଅପରପକ୍ଷେ ଉପ ନଗରପାଳ ଏହାକୁ ତାଙ୍କ ବିରାଧରେ ବିରୋଧିର ହୀନ ଚକ୍ରାନ୍ତ କରୁଥିବା କଥା କହିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top