ଓଡ଼ିଶା

ବିଜେପୁର ରାଜନୀତି: ବିଜେପି ଏବଂ ବିଜେଡି କର୍ମୀ ଛାଡ଼ି କଂଗ୍ରେସରେ ଯୋଗଦେଲେ

ଭୁବନେଶ୍ୱର ତା ୮.୨ (ଓଡ଼ିଆ ପୁଅ) – ଗାଇସିଲେଟ୍ ବ୍ଲକର ରାଏସଲପଦର ଗ୍ରାମ ପଞ୍ଚାୟତର ପ୍ରମୁଖ ବିଜେପି ଏବଂ ବିଜେଡି କର୍ମୀ ଗତକାଲି ସେମାନଙ୍କର ନିଜ ନିଜ ଦଳ ତ୍ୟାଗ କରି କଂଗ୍ରେସରେ ଯୋଗ ଦେଇଛନ୍ତି।

କଂଗ୍ରେସ ଦଳର ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ତଥା ଜାତୀୟ କଂଗ୍ରେସ ସଭାପତି ଶ୍ରୀ ରାହୁଲ ଗାନ୍ଧୀ ଏବଂ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ବିଜେପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ପ୍ରଣୟ ସାହୁଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି।

କର୍ମୀମାନେ ହେଲେ ଭୁତବାହାଲ ବିଜେଡିର ୱାର୍ଡ ସଭାପତି ଜଙ୍ଗଲୁ ବାଗ ଓ ଗୌର ବାଗ, ରାଏସଲପଦର ସ୍କୁଲ କମିଟି ସଭାପତି ଜୟଚନ୍ଦ୍ର ସାହୁ ଏବଂ ବିଜେପି ରାଏସଲପଦରର ଅନନ୍ତ ସାହୁ ଏବଂ ଅମଲିପାଲିର ବିବେକ ସାହୁ।

ଏମାନଙ୍କର ଯୋଗଦାନ ବିଜେପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସଂଗଠନକୁ ମଜବୁତ କରିବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଣୟ ସାହୁ ଆଶାବ୍ୟକ୍ତ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top